ଭୋପାଳ : ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହଙ୍କ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତା କହ୍ନେୟା କୁମାର ପ୍ରଚାର କରିବେ। ମିଳିଥିବା ସୂଚନା ଅନୁସାରେ କହ୍ନେୟା ଭୋପାଳରେ ମେ ୮ଓ ୯ ତାରିଖରେ ଦିଗବିଜୟଙ୍କ ପାଇଁ ପ୍ରଚାର କରିବେ। ଦିଗବିଜୟ ସିଂହ ନିଜେ ଏହି ସୂଚନା ଦେଇଛନ୍ତି। ଦିଗବିଜୟଙ୍କ କହିବା ଅନୁସାରେ ମୁଁ କହ୍ନେୟାଙ୍କ ବଡ ସମର୍ଥକ। ଆରଜେଡି ବହୁତ ବଡ ଭୁଲ କରିଥିବା ମୁଁ ମୋ ଦଳରେ କହିଥିବା ଦିଗବିଜୟ କହିଛନ୍ତି। ଏହି ଆସନ ପାଇଁ ପଞ୍ଚମ ପର୍ଯ୍ୟାୟରେ ମତଦାନ କରାଯିବ।
ସୂଚନାଯୋଗ୍ୟ ଯେ ଭୋପାଳରେ ଦିଗବିଜୟ ସିଂହଙ୍କ ବିରୋଧରେ ବିଜେପି ମାଲେଗାଁଓ ବିସ୍ପୋରଣ ଘଟଣାରେ ଅଭିଯୁକ୍ତ ପ୍ରଜ୍ଞା ସିଂହ ଠାକୁରଙ୍କୁ ପ୍ରାର୍ଥୀ କରିଛି। ବିହାରର ବେଗୁସରାଏ ଲୋକସଭା ନିର୍ବାଚନ ଆସନ ପାଇଁ କହ୍ନେୟା ପ୍ରାର୍ଥୀ ହୋଇଥିଲେ।
ଦିଗବିଜୟଙ୍କ ପାଇଁ ପ୍ରଚାର କରିବେ କହ୍ନେୟା କୁମାର
Popular Categories


