www.samajalive.in
Monday, December 8, 2025
24.1 C
Bhubaneswar

ତତଲା କଡ଼େଇରେ ଟିଟିଲାଗଡ଼

ଟିଟିଲାଗଡ଼ : ତତଲାଗଡ ରୂପେ ପରିଚିତ ଟିଟିଲାଗଡ ଅଞ୍ଚଳରେ ତାତିର ପ୍ରକୋପ ଏଭଳି ବୃଦ୍ଧି ହୋଇଛି ଯେ ସାଧାରଣ ଲୋକଙ୍କ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି ସରକାରୀ ସ୍ତରରେ ଏଠାରେ ତାପମାତ୍ରା ନିରୂପଣ କରାଯାଉଥିବା ପ୍ରତି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି। ତାପମାତ୍ରା ଅସହ୍ୟ ହେଉଥିବା ବେଳେ ମାପ ନିର୍ଦ୍ଧାରଣର ବିଶ୍ୱସନୀୟତା ନେଇ ସୂଚନା ଅଧିକାର ଆଇନ ବଳରେ ସାଧାରଣ ଲୋକ ସୂଚନା ମାଗିଛନ୍ତି। ଗତ ମାର୍ଚ୍ଚ ମାସରୁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହି ଶନିବାର ଚଳିତ ବର୍ଷର ସର୍ବାଧିକ ୪୫ ଡିଗ୍ରୀ ରହିଥିବା ସରକାରୀ ସ୍ତରରେ ରେକର୍ଡ କରାଯାଇଛି। ଏହା ରାଜ୍ୟରେ ସର୍ବାଧିକ ବୋଲି ଜଣାପଡିଛି।

ଶୁକ୍ରବାର ମଧ୍ୟ ଟିଟିଲାଗଡରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ ହୋଇଥିଲା। ଗତ ୨୨ରେ ୪୧ ଡିଗ୍ରୀ, ୨୩ରେ ୪୨.୫, ୨୪ ଏବଂ ୨୫ରେ ୪୩.୫ ତଥା ୨୬ରେ ୪୪ , ୨୭ରେ ୪୫ ଏଭଳି ତାପମାତ୍ରାରେ ନିରନ୍ତର ବଢିଚାଲିଛି। ଅପରପକ୍ଷରେ ତାତି ପ୍ରକୋପରୁ ଅଞ୍ଚଳବାସୀଙ୍କୁ ରିହାତି ମିଳିନି। ସକାଳ ୭ଟାରୁ ସୂର୍ଯ୍ୟଙ୍କ କିରଣ ବାରଲାଇଟ ଆଲୁଅ ଭଳି ଧଳା ବର୍ଣ୍ଣ ହେଉଛି। ତାପମାତ୍ରାରେ ବୃଦ୍ଧି ପାଇ ମଧ୍ୟରାତ୍ର ପର୍ଯ୍ୟନ୍ତ ଅଗ୍ନି ବର୍ଷା ଜାରି ରହୁଛି। ଫ୍ୟାନ, କୁଲରରୁ ଥଣ୍ଡା ପବନ ବଦଳରେ ଗରମ ଝାଞ୍ଜି ନିର୍ଗତ ହେଉଛି। କେହି ନିଜ ବାଇକ ବାହାରେ ରଖିଲେ ପ୍ରଚଣ୍ଡ ତାପରୁ ରକ୍ଷା ପାଇଁ ଗାଡିରେ ଡାଳ ପତ୍ର ଢାଙ୍କିବା ଭଳି ଦୃଶ୍ୟ ପ୍ରକୃତିର ବିପର୍ଯ୍ୟୟଗାମୀ ରୁପକୁ ଦର୍ଶାଉଥିବା ଆଲୋଚନା କରାଯାଉଛି।
କିଛିଦିନ ପୂର୍ବରୁ ସହରରେ ସ୍କୁଟିର ସିଟରେ ଚକୁଳି ପ୍ରସ୍ତୁତି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହୋଇଥିଲା। ପୁର୍ବାହ୍ନ ୧୦ଟାରୁ ଅଘୋଷିତ କର୍ଫୁ ପରି ସହର ଶୂନଶାନ ହୋଇପଡୁଥିବା ଦୃଶ୍ୟ ପରିଲିକ୍ଷିତ ହେଉଛି। ନିଜ ପେଟପାଟଣା ପାଇଁ ସହରମୁହାଁ ଗ୍ରାମାଞ୍ଚଳର ଶ୍ରମିକଙ୍କ ସଂଖ୍ୟାରେ ହ୍ରାସ ପାଇଛି। ସରକାରୀ ସ୍ତରରେ ମଧ୍ୟ ଟାଣ ଖରାରେ ଶ୍ରମିକ ନିୟୋଜନ ନେଇ ନିୟମ ଧାର୍ଯ୍ୟ କରାଯାଇଛି। ଟିଟିଲାଗଡ ସହର ସହ ଆଖପାଖ ୨୦ କିଲୋମିଟର ପରିଧି ମଧ୍ୟରେ ଗରମ ହାୱାରେ ସାଧାରଣ ଜନତା ବ୍ୟତିବ୍ୟସ୍ତ ହୋଇପଡିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories