www.samajalive.in
Wednesday, December 10, 2025
16.1 C
Bhubaneswar

ପ୍ରାକୃତିକ ଉପାୟରେ କେଶକୁ କରନ୍ତୁ ସିଧା

ଆଜିକାଲି ସିଧା କେଶ ଏକ ଫ୍ୟାଶନ୍ ପାଲଟି ଯାଇଛି। ସମସ୍ତେ ସିଧା କେଶ ପସନ୍ଧ କରୁଛନ୍ତି। ଯେଉଁମାନଙ୍କ କେଶ ସିଧା ନୁହେଁ ସେମାନେ ପାର୍ଲର ଯାଇ କୃତ୍ରିମ ଉପାୟରେ କେଶକୁ ସିଧା ବା ଷ୍ଟ୍ରେଟନିଙ୍ଗ୍ କରୁଛନ୍ତି। ମାତ୍ର ଏହାଦ୍ବାରା କେଶ ଉପରେ ବହୁତ କୁପ୍ରଭାବ ପଡ଼ିଥାଏ ଓ କେଶ ଝଡ଼ିବା ସହ ନଷ୍ଟ ହୋଇଯାଏ। ତେବେ ଏପରି କିଛି ପ୍ରାକୃତିକ ଉପାୟ ରହିଛି ଯାହାକୁ ଆପଣାଇ ବିନା କୌଣସି ପାର୍ଶ୍ବପ୍ରତିକ୍ରିୟାରେ ଆପଣ କେଶକୁ ସିଧା କରିପାରିବେ। ଚାଲନ୍ତୁ ଜାଣିବା ପ୍ରାକୃତିକ ଉପାୟରେ କିପରି କେଶକୁ ସିଧା କରିବା –

-ପ୍ରଥମେ ଏକ କପ୍ ପାଣିରେ ୨ ଚାମଚ ଅଳସୀ ମଞ୍ଜି ପକାଇ ୨ ରୁ ୩ ମିନିଟ ଫୁଟାନ୍ତୁ। ଏହି ପାଣି ଥଣ୍ଡା ହେବା ପରେ ତାକୁ ଛାଣି ସେଥିରେ ୨ ଚାମଚ ଘି କୁଆଁରୀ ଜେଲ୍, ୨ ଚାମଚ କାଷ୍ଟୋର ଅଏଲ, ୧ ଚାମଚ ଲେମ୍ବୁ ରସ ଏବଂ ୨ ଚାମଚ ମହୁ ମିଶାଇ ଓଦା କେଶରେ ଲଗାନ୍ତୁ। ଜେଲ୍ ଲଗାଇବାର ୩୦ ମିନିଟ ପରେ କେଶକୁ ଥଣ୍ଡା ପାଣିରେ ଧୋଇ କଣ୍ଡିସନର ଲଗାନ୍ତୁ। ଏହା ପରେ କେଶକୁ ଭଲଭାବେ ଶୁଖାଇ କୁଣ୍ଡାଇ ସିଧା କରନ୍ତୁ।

- Advertisement -

-ନଡ଼ିଆ ତେଲ, ଅଲିଭ ଅଏଲ କିମ୍ବା ବାଦାମ ତେଲକୁ ନେଇ ହାଲୁକା ଗରମ କରନ୍ତୁ। ଏହି ତେଲକୁ ୧୫ ରୁ ୨୦ ମିନିଟ ପର୍ୟ୍ୟନ୍ତ କେଶର ମୂଳରେ ମାଲିସ କରନ୍ତୁ। ଏହାପରେ କେଶକୁ କୁଣ୍ଡାଇ ହାଲୁକା ଗରମ ପାଣିରେ ଏକ ଟାୱଲ ବୁଡାଇ କେଶରେ ବାନ୍ଧନ୍ତୁ। ୩୦ ମିନିଟ୍ ପର୍ୟ୍ୟନ୍ତ ବାନ୍ଧି ରଖିବା ପରେ ଶାମ୍ପୁରେ କେଶ ସଫା କରନ୍ତୁ ଏବଂ ପାନିଆ ସାହାଯ୍ୟରେ କେଶକୁ ସିଧା କରନ୍ତୁ। ପ୍ରତ୍ୟେକ ଦିନ ଗରମ ତେଲ ବ୍ୟବହାର କରିବା ଦ୍ବାରା କେଶ ବହୁତ ଶୀଘ୍ର ସିଧା ହେବା ସହ ମଜବୁତ୍ ହୋଇଥାଏ।

-ଏକ ପାତ୍ରରେ ନଡ଼ିଆ ତେଲ ଓ କିଛି ଲେମ୍ବୁ ରସ ମିଶାଇ କିଛି ଘଣ୍ଟା ଫ୍ରିଜରେ ରଖନ୍ତୁ। ଫ୍ରିଜରୁ ବାହାର କରିବା ପରେ ଆପଣ ଦେଖିପାରିବେ ଏହା ଉପରେ ଏକ ଲେୟାର ହୋଇ ଯାଇଛି। ଏବେ ଏହାକୁ କେଶରେ କିଛି ସମୟ ମାଲିସ କରିବା ପରେ ୨୦ ମିନିଟ ପର୍ୟ୍ୟନ୍ତ ରଖନ୍ତୁ। ଏହାପରେ ହାଲୁକା ଗରମ ପାଣିରେ ଏକ ଟାୱଲ ଓଦା କରି କେଶରେ ବାନ୍ଧନ୍ତୁ। ତାପରେ ଶାମ୍ପୁରେ କେଶ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା କେଶ ସିଧା ହୋଇଥାଏ।

-୨ଟି ଅଣ୍ଡାର ଲାଳରେ ଆବଶ୍ୟକ ଅନୁଯାୟୀ ଅଲିଭ ଅଏଲ ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ କେଶ ଏବଂ କେଶର ମୂଳରେ ଲଗାନ୍ତୁ। ତାପରେ ପାନିଆ ସାହାଯ୍ୟରେ କେଶକୁ ସିଧା କରନ୍ତୁ। କିଛି ସମୟ ପରେ ହାଲୁକା ଗରମ ପାଣିରେ ଏକ କପଡ଼ା ବୁଡ଼ାଇ କେଶରେ ବାମ୍ଫ ଦିଅନ୍ତୁ। ଏହାପରେ ଶାମ୍ପୁ କରି ଓଦା କେଶକୁ ଭଲଭାବେ କୁଣ୍ଡାଇ ସିଧା କରନ୍ତୁ।

-ମୁଲତାନୀ ମାଟିରେ ଅଣ୍ଡାର ଧଳା ଅଂଶ ମିଶାଇ ସେଥିରେ ୧ ଚାମଚ ଚାଉଳ ଅଟା ମିଶାନ୍ତୁ। ଏଥିରେ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ମିଶ୍ରଣକୁ ଭଲଭାବେ କେଶରେ ଲଗାନ୍ତୁ। ଏହାକୁ କେଶରେ ୧ଘଣ୍ଟା ରଖିବା ପରେ ଭଲଭାବେ ଧୋଇ କ୍ଷୀର ସ୍ପ୍ରେ କରନ୍ତୁ। ସ୍ପ୍ରେ କରିବାର ୧୫ ମିନିଟ ପରେ ପୁଣି ଥରେ କେଶକୁ ଭଲଭାବେ ଧୋଇ ଦିଅନ୍ତୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories