www.samajalive.in
Saturday, December 13, 2025
26.1 C
Bhubaneswar

ନିର୍ବାଚନ ପରେ ଭାରତ ସହ ସୁସ୍ଥ ସମ୍ପର୍କ ସ୍ଥାପନ ହେବ: ଇମ୍ରାନ

ଇସଲାମାବାଦ : ସାଧାରଣ ନିର୍ବାଚନ ପରେ ଭାରତ ସହିତ ସୁସ୍ଥ ସମ୍ପର୍କ ସ୍ଥାପନ ନେଇ ଆଶା ବ୍ୟକ୍ତ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ଶନିବାର ଇମ୍ରାନ କହିଛନ୍ତି ଯେ ‘ଆମେ ଏକ ଶାନ୍ତିପୂର୍ଣ୍ଣ ଅଞ୍ଚଳ ପ୍ରତିଷ୍ଠା କରିବାକୁ ପ୍ରୟାସ ଜାରି ରଖିଛୁ। ଇରାନ ସହିତ ଆମର ସୁସମ୍ପର୍କ ରହିଛି ଓ ଏହାକୁ ଆମେ ଅଧିକ ସୁଦୃଢ଼ କରିବାକୁ ଯାଉଛୁ। ଆଫଗାନିସ୍ତାନରେ ଯାହା କିଛି ଘଟୁଛି ତାହାର ପ୍ରଭାବ ପାକିସ୍ତାନ ଉପରେ ପଡ଼ୁଛି; କେବଳ ଭାରତ ସହିତ ସମ୍ପର୍କରେ ସମସ୍ୟା ରହିଛି; ଏହା ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠାରେ ବ୍ୟାଘାତ ସୃଷ୍ଟିକରୁଛି। ସମ୍ପ୍ରତି ସେଠାରେ ଚାଲିଥିବା ସାଧାରଣ ନିର୍ବାଚନ ପରେ ସମ୍ପର୍କରେ ସୁଧାର ଆସିବ।’ ପୂର୍ବରୁ ନିର୍ବାଚନ ପରେ ଭାରତ ସହିତ ଶାନ୍ତି ଆଲୋଚନା ପାଇଁ ବାଟ ଫିଟିବ ବୋଲି ଆଶା ପ୍ରକଟ କରିଥିବା ଇମ୍ରାନଙ୍କ ପୁନର୍ବାର ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରାୟ ଦୁଇ ସପ୍ତାହ ପୂର୍ବେ ଇମ୍ରାନ କହିଥିଲେ ଯେ ‘ଭାରତରେ ଚାଲିଥିବା ନିର୍ବାଚନ ପରେ ଏହି ଦେଶ ସହିତ ଶାନ୍ତି ଆଲୋଚନାର ଯଥେଷ୍ଟ ସୁଯୋଗ ରହିଛି। ବିଜେପି କ୍ଷମତାକୁ ଫେରିଲେ କାଶ୍ମୀର ପ୍ରସଙ୍ଗରେ କିଛି ଗୋଟେ ସମାଧାନ ହେବ।’ ଇମ୍ରାନଙ୍କ ଏଭଳି ମନ୍ତବ୍ୟ ନେଇ ଭାରତରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories