www.samajalive.in
Friday, December 12, 2025
16.1 C
Bhubaneswar

ମୋଦୀଙ୍କ କୋଟ୍‌ କିଣିଥିବା ବ୍ୟବସାୟୀଙ୍କୁ ଠକେଇ

ସୁରତ,୨୬ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚର୍ଚ୍ଚିତ ପିନ୍‌ ଖଚିତ କୋଟ୍‌ କିଣିଥିବା ସୁରତର ହୀରା ବ୍ୟବସାୟୀ ଲାଲ୍‌ଜୀ ଭାଇ ପଟେଲ କୋଟିଏ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଦୁଇ ଭାଇ ତାଙ୍କୁ ଠକି ଦେଇଥିବା ସେ କଟରଗାମ୍‌ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଧର୍ମନନ୍ଦନ ଡାଇମଣ୍ଡସ୍‌ର ମାଲିକ ଲାଲ୍‌ଜୀ ଭାଇ ୨୦୧୫ରେ ଆମେରିକା ରାଷ୍ଟ୍ରପତି ବରାକ ଓବାମାଙ୍କ ସହିତ ସମ୍ମିଳନୀ ସମୟରେ ମୋଦୀ ପିନ୍ଧିଥିବା ପିନ୍‌ ଖଚିତ କୋଟ୍‌କୁ ୪କୋଟି ୩୧ ଲକ୍ଷ ଟଙ୍କାରେ ନିଲାମ ଧରି ଚର୍ଚ୍ଚାକୁ ଆସିଥିଲେ। ଏବେ ସେ ଅଭିଯୋଗ କରିଛନ୍ତି ଯେ ହିମନ୍ତ ଓ ବିଜୟ କୋଶିଆ ନାମକ ଦୁଇ ଭାଇ ଗତ ବର୍ଷ ଅକ୍ଟୋବରରେ ୧୫୦୦କରାଟ୍‌ର ହୀରା ବାକିରେ ନେଇଥିଲେ। ଏ ବାବଦରେ କୋଟିଏ ଟଙ୍କା ସେମାନେ ସୁଝି ନାହାନ୍ତି। ବାରମ୍ବାର ଏ ନେଇ ତାଙ୍କୁ ଧପେଇ ଚାଲିବା ପରେ ଏବେ ଲୁଚିଛନ୍ତି। ସେମାନଙ୍କ ଫୋନ୍‌ ବନ୍ଦ ଥିବାବେଳେ ଘରେ ତାଲା ପଡ଼ିଛି। ପୁଳିସ କହିବାନୁସାରେ ଏହି ଦୁଇ ଭାଇ ପୂର୍ବରୁ ମଧ୍ୟ ପଟେଲଙ୍କ ସହ ଏଭଳି କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories