www.samajalive.in
Sunday, December 7, 2025
13.1 C
Bhubaneswar

ଆଜିର ରାଶିଫଳ ୨୩.୦୨.୨୦୧୮ (ଶୁକ୍ରବାର)

ମେଷ: ମାନସିକ ସ୍ତରରେ ଚିନ୍ତା ବୃଦ୍ଧି ହେବ। ସ୍ୱାଧୀନ ଚିନ୍ତାଧାରା ନେଇ କିଛି କରିବା ସମ୍ଭବ ନୁହେଁ। ନୈତିକତା ବୃଦ୍ଧି ହେବ। ମନସ୍କାମନା ପୂରଣ ହେବ। ପାରିବାରିକ ସୁଖ ମିଳିବ। ଭାଗ୍ୟର ପରିବର୍ତ୍ତନ ଘଟିବ।

ବୃଷ: ଜନ ସାଧାରଣଙ୍କର ଓ ସମ୍ପର୍କୀୟଙ୍କର କଲ୍ୟାଣ ଭାଜନ ହେବେ। ସୁଖ ସମ୍ମାନ ମିଳିବ। କର୍ତ୍ତବ୍ୟ ନିଷ୍ଠ ହେବେ। ଉତ୍ତମ ଭୋଜନ ମିଳିବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ ହେବେ।

- Advertisement -

ମିଥୁନ: ବନ୍ଧୁଙ୍କ ସହ ବିଚାରବିମର୍ଶ ଉପାଦେୟ ହେବ। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ବିବାଦୀୟ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ। କେତେକ ସମସ୍ୟାକୁ କେନ୍ଦ୍ରକରି ଚିନ୍ତିତ ହୋଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିବେ।

କର୍କଟ: ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି। ରୋଜଗାର ସନ୍ତୋଷଜନକ ହେବ। ସୁଖ ସମ୍ଭୋଗରେ ଦିନଟି ଅତିବାହିତ କରିପାରନ୍ତି। ପ୍ରତିଷ୍ଠା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ।

ସିଂହ: କାର୍ଯ୍ୟ କରିବାକୁ ହେଲେ ନିର୍ଭରଶୀଳ ହେବାକୁ ପଡ଼ିବ। ସଫଳତା ମିଳିବ। ଶୁଭ ସମାଚାର ପାଇ ଖୁସି ହେବେ। ଚେଷ୍ଟା ସଫଳ ହେବ। ଉନ୍ନତି ପଥରେ ଆଗକୁ ବଢ଼ିବେ। ପାରିବାରିକ ସୁଖଶାନ୍ତି ମିଳିବ। ବ୍ୟବସାୟ ଠିକ୍‌ ଚାଲିବ।

କନ୍ୟା: କାର୍ଯ୍ୟ ହାସଲ ପାଇଁ ପ୍ରବଳ ଉଦ୍ୟମ ଚଳାଇବେ। ସେବା ମନୋଭାବର ହେବେ। ପାରିବାରିକ ସୁଖ ସମୃଦ୍ଧି ଲାଗି ରହିବ। କର୍ତ୍ତବ୍ୟ ନିଷ୍ଠ ହେବେ। ଅତିଥି ସକôାର ପାଇଁ ଖର୍ଚ୍ଚାନ୍ତ ହେବେ। ଅର୍ଥ ମିଳିବ। ଯୁବତୀପ୍ରିୟ ହେବେ। ଆଦର୍ଶବାଦୀ ହୋଇପାରନ୍ତି।

ତୁଳା: ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ମନା। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ।

ବିଛା: ବିପଦ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ଯଶସ୍ୱୀ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଯଶ ଅର୍ଜନ କରି ସୁଖ ଭୋଗ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ।

ଧନୁ: ଧୀର ପାଣି ପଥର କାଟେ ସଦୃଶ ଆପଣଙ୍କ କାର୍ଯ୍ୟ ଶୈଳୀ ସମସ୍ତଙ୍କୁ ସୁଖୀ କରାଇ ପାରନ୍ତି। ବ୍ୟବସାୟ ଲାଭଜନକ ହୋଇପାରେ। କର୍ମଚଞ୍ଚଳ ରହିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।

ମକର: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିପାରେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ଶତ୍ରୁତାରୁ ଦୂରେଇ ରହିବେ।

କୁମ୍ଭ: ପାରିବାରିକ ସୁଖ ମିଳିବ। ଉଦାର ସ୍ୱଭାବର ହେବେ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋିଇପାରନ୍ତି। କୃଷିକ୍ଷେତ୍ର ଲାଭଦାୟକ ହେବ।

ମୀନ: ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ସାମାଜିକ ସ୍ତରରେ ଆଦରଣୀୟ ହେବେ। ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ। ପୁରସ୍କୃତ ହେବା ଆଶାକରାଯାଏ। ରାଜଦ୍ୱାରେ ସମ୍ମାନିତ ହୋଇପାରନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories