www.samajalive.in
Friday, December 12, 2025
16.1 C
Bhubaneswar

‘ପିଏମ୍ ନରେନ୍ଦ୍ର ମୋଦୀ’ : ନିର୍ବାଚନ ଶେଷ ପର୍ଯ୍ୟନ୍ତ ସ୍ଥଗିତାଦେଶ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦୀର୍ଘଦିନ ଧରି ବିବାଦରେ ଫଶି ରହିଥିବା ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ନିର୍ବାଚନ ଶେଷ ହେବା ପର୍ୟ୍ୟନ୍ତ ମୁକ୍ତିଲାଭ କରିବ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ନିର୍ବାଚନ କମିଶନ ନେଇଥିବା ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବ ନାହିଁ ବୋଲି କହି ଉକ୍ତ ରାୟ ଦେଇଛନ୍ତି। ଲୋକସଭା ନିର୍ବାଚନ ମେ ୧୯ ତାରିଖରେ ଶେଷ ହେବ। ତେଣୁ ଏହାପରେ ହିଁ ମୋଦୀଙ୍କ ବାୟୋପିକ୍ ମୁକ୍ତିଲାଭ କରିପାରିବ।

ସୂଚନାଯୋଗ୍ୟ, ଭାରତୀୟ ନିର୍ବାଚନ କମିଶନ ବିବେକ ଓବରୟଙ୍କ ଅଭିନୀତ ‘ପିଏମ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କଟକଣା ଲଗାଇଥିଲେ। ନିର୍ବାଚନ ସମୟରେ ଏହାର ମୁକ୍ତିଲାଭ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବ ବୋଲି ଦର୍ଶାଇ ଏହି ଚଳଚ୍ଚିତ୍ର ଉପରେ ରୋକ ଲଗାଇଥିଲେ। ଏହାକୁ ବିରୋଧ କରି ଚଳଚ୍ଚିତ୍ର ନିର୍ମାତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିର୍ମାତାଙ୍କ ଆବେଦନ ଉପରେ ଶୁଣାଣି କରି ଚଳଚ୍ଚିତ୍ରଟିକୁ ସମ୍ପୂର୍ଣ୍ଣ ଦେଖି ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଆଦେଶ ଦେଇଥିଲେ। ଏହାପରେ ନିର୍ବାଚନ କମିଶନ ପୂର୍ବ ନିଷ୍ପତ୍ତିରେ ଅଟଳ ରହି ସୁପ୍ରିମକୋର୍ଟଙ୍କୁ ୨୦ ଫର୍ଦ୍ଦର ରିପୋର୍ଟ ପଠାଇଥିଲେ। ରିପୋର୍ଟ ପାଇବା ପରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି କ୍ରମେ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories