ମଣିଷଙ୍କ ପାଇଁ ବିଲୁପ୍ତ ହେବେ ୧୦ଲକ୍ଷ ପ୍ରଜାତିର ଜୀବ !
ପ୍ୟାରିସ : ଆଧୁନିକ ମଣିଷର କାର୍ଯ୍ୟକଳାପ ପ୍ରଭାବରେ ବିଲୁପ୍ତ ହେବାକୁ ଯାଉଛନ୍ତି ୧୦ଲକ୍ଷ ପ୍ରଜାତିର ବିଭିନ୍ନ ଜୀବଜନ୍ତୁ। ଜାତିସଙ୍ଘ ପ୍ରସ୍ତୁତ ଏକ ରିପୋର୍ଟରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। ଏହି ଜୀବଜନ୍ତୁମାନେ କେହି କିଛି ଜାଣିବା ପୂର୍ବରୁ ଦ୍ରୁତ ଗତିରେ ବିଲୁପ୍ତି ଅଭିମୁଖେ ଅଗ୍ରସର ହେଉଥିବା; ଏମିତି କି ସମୂହ ଭାବେ ବିଲୋପ ହେବାକୁ ବସିଥିବା ରିପୋର୍ଟରେ କୁହାଯାଇଛି। ମରିଷ ଜାତି ପ୍ରାକୃତିକ ସମ୍ପଦକୁ ଆଖିବୁଜା ଧ୍ବଂସ କରିବା, ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପାୟନ ବୃଦ୍ଧି ସହିତ ଜୀବନଜଗତର ବ୍ୟବାହରିକ ପରିବର୍ତ୍ତନ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ଆସନ୍ତା ୨୯ରେ ପ୍ୟାରିସେର ହେବାକୁ ଯାଉଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀ ଅବସରରେ ଏହି ୧୮୦୦ ପୃଷ୍ଠା ରିପୋର୍ଟର ସାରାଂଶ ୪୪ ପୃଷ୍ଠାେର ପ୍ରସ୍ତୁତ ହୋଇଛି। ମଇ ୬ରେ ଏହି ରିପୋର୍ଟ ବିଧିବଦ୍ଧ ଭାବେ ଉନ୍ମୋଚନ ହେବ। ସମ୍ମିଳନୀରେ ଯୋଗ ଦେଉଥିବା ୧୩୦ ଦେଶର ପ୍ରତିନିଧି ଏହା ଉପରେ ଆଲୋଚନା ପରେ ଆବଶ୍ୟକ ସଂଶୋଧନ କରାଯିବ ବୋଲି ଜଣାପଡ଼ିଛି। ବିଶ୍ବରେ ସମ୍ପ୍ରତି ୮ ନିୟୁତ ବିରଳ ପ୍ରଜାତିର ପ୍ରାଣୀ ଓ ବୃକ୍ଷରାଜି ରହିଛନ୍ତି। ସେଥିମଧ୍ୟରେ ସର୍ବାଧିକ ଅତି କ୍ଷୁଦ୍ର ବା ପତଙ୍ଗ ଜାତୀୟ। ସେଗୁଡ଼ିକ ମଧ୍ୟରୁ ଅନେକ ବିଷକ୍ରିୟା, ଖାଦ୍ୟ ବା ବହୁଳତା କାରଣରୁ ବିଲୁପ୍ତାଭିମୁଖି।
Comments are closed.