www.samajalive.in
Wednesday, December 10, 2025
18.1 C
Bhubaneswar

ଗାନ୍ଧୀନଗରରେ ଜାଲ୍‌ ମତଦାନ ଅଭିଯୋଗ; ତଦନ୍ତ ନିର୍ଦେଶ

ଗାନ୍ଧୀନଗର : ବିଜେପି ସଭାପତି ଅମିତ ଶାହା ପ୍ରତିଦ୍ବନ୍ଦ୍ବିତା କରୁଥିବା ଗାନ୍ଧୀନଗର ନିର୍ବାଚନ ମଣ୍ଡଳୀର ସାନନ୍ଦ ତହସିଲ ଅନ୍ତର୍ଗତ ବାପୁପୁରା ମତଦାନ କେନ୍ଦ୍ରରେ ୨୩ତାରିଖରେ ଜାଲ୍‌ ମତଦାନ ହୋଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜିଲାପାଳ ଏସ୍‌.କେ ଲାଙ୍ଗା ତଦନ୍ତ ନିର୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ପ୍ରଥମ ଭିଡିଓ ମଙ୍ଗଳବାର ସନ୍ଧ୍ୟାରେ ପ୍ରସାରିତ ହୋଇଥିଲା ଓ ପ୍ରାରମ୍ଭିକ ତଦନ୍ତରୁ ଏହା ଠିକ୍‌ ନ ଥିବା ଜଣାପଡ଼ିଥିଲା; କିନ୍ତୁ ପୁନର୍ବାର ଏକାଧିକ ଭିଡିଓ ପ୍ରସାରିତ ହେବା ପରେ ବିସ୍ତୃତ ତଦନ୍ତ ନିର୍ଦେଶ ଦିଆଯାଇଛି। ଗୋଟିଏ ଭିଡିଓରେ ଧଳା ପୋଷାକ ପରିହିତ ବ୍ୟକ୍ତି ମତଦାନ କେନ୍ଦ୍ର ଟେବୁଲ ଉପରେ ଆବଶ୍ୟକ ଦସ୍ତଖତ କରୁଥିବା ଦେଖାଯାଉଥିବାବେଳେ ଅନ୍ୟଟିରେ ମତଦାନ କରୁଥିବାର ଦେଖାଯାଉଛି। କଂଗ୍ରେସ ପ୍ରତିଦ୍ବନ୍ଦ୍ବୀ ସି.ଜେ ଚାଭଡ଼ା ଏହି ଭିଡିଓକୁ ଜିଲାପାଳଙ୍କ ନିକଟକୁ ପଠାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସାନନ୍ଦ ଉପଖଣ୍ଡ ମାଜିଷ୍ଟ୍ରେଟ୍‌ଙ୍କ କହିବାନୁଯାୟୀ, ଭିଡିଓ ଜାଲ୍‌ ନୁହେଁ; କିନ୍ତୁ ମତଦାନ ଜାଲ୍‌ ନେଇ ହୋଇଥିବା ଅଭିଯୋଗର ସତ୍ୟତା ଉପରେ ତଦନ୍ତ କରାଯାଉଛି। ଏଥିରେ ଥିବା ଦୃଶ୍ୟର ସ୍ଥାନ, ସମୟ ଓ ଚରିତ୍ର ଉପରେ ତଦନ୍ତ ହେଉଥିବା ସେ କହିଛନ୍ତି। ଏହି ଭିଡିଓ କିପରି ଉତ୍ତୋଳିତ ହୋଇଛି ତାହାର ତଦନ୍ତ ପୁଲିସ ଚଳାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories