www.samajalive.in
Thursday, December 11, 2025
18.1 C
Bhubaneswar

ସଙ୍ଘୀୟ ମେଣ୍ଟ ଗଠନ ପାଇଁ ପୁଣି ଅଣ୍ଟା ଭିଡ଼ିଲେ ​କେସିଆର

ହାଇଦରାବାଦ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ (କେସିଆର) ତୃତୀୟ ମେଣ୍ଟ ଗଠନ ପାଇଁ ପୁନଃ ପ୍ରୟାସ ଆରମ୍ଭ କରିଛନ୍ତି। ଚଳିତ ଲୋକସଭା ନିର୍ବାଚନ ପରେ ଏନ୍‌ଡିଏ କିମ୍ବା ୟୁପିଏ, କେହି ହେଲେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ପାଇବେ ନାହିଁ; ତେଣୁ ଅଣ-କଂଗ୍ରେସ ଓ ଅଣ-ବିଜେପି ମେଣ୍ଟର ଗୁରୁତ୍ବ ରହିଛି ବୋଲି କେସିଆର ଯୁକ୍ତି ଦର୍ଶାଇଛନ୍ତି। ସେଥିପାଇଁ ସେ ନୂଆ ମେଣ୍ଟ ଗଠନ ଉଦ୍ଦେଶ୍ୟରେ ସେ ନିଜ ପ୍ରତିନିଧିଙ୍କୁ କାମରେ ଲଗାଇଛନ୍ତି। ନିର୍ବାଚନ ପୂର୍ବରୁ ସଙ୍ଘୀୟ ମେଣ୍ଟ ଗଠନ ଉଦ୍ୟମ ସ୍ବରୂପ ସେ ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନ, ଜେଡିଏସ୍‌ ନେତା ଏଚ୍‌.ଡି କୁମାରସ୍ବାମୀ, ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ଓ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସେମାନଙ୍କ ସହିତ କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ରାଜ୍ୟଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ ଆଦି ପ୍ରସଙ୍ଗ ଆଧାରରେ ସାନି ଆଲୋଚନା କରିବା ପାଇଁ ସେ ବୁଧବାର ପ୍ରସ୍ତାବ ଦେଇଛନ୍ତି।
ଅଣ-କଂଗ୍ରେସ ଓ ଅଣ-ବିଜେପି ଦଳଗୁଡ଼ିକ ମଧ୍ୟରୁ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂହ ଯାଦବ, ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡି, ନବୀନ, ମମତା ଓ ତାଙ୍କ ନିଜ ଦଳ ମିଳିତ ଭାବେ ୧୫୦ରୁ ୧୮୦ ଲୋକସଭା ଆସନରେ ବିଜୟୀ ହେବେ ବୋଲି କେସିଆର ଆକଳନ କରିଛନ୍ତି। ବିଜେପି ଓ କଂଗ୍ରେସ ଜନତାଙ୍କ ଆଶାଆକାଙ୍‌କ୍ଷା ପୂରଣ କରିବାରେ ବ୍ୟର୍ଥ ହୋଇଥିବାରୁ ଏହାର ଫାଇଦା ଏହି ଦଳଗୁଡ଼ିକ ମିଳିତ ଭାବେ ଉଠାଇପାରିବେ ବୋଲି କେସିଆର ଭାବୁଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories