www.samajalive.in
Saturday, December 6, 2025
23.1 C
Bhubaneswar

ବିଜେପିରୁ ଟିକେଟ୍‍ କଟିବା ପରେ କଂଗ୍ରେସରେ ସାମିଲ ହେଲେ ଉଦିତ ରାଜ

ନୂଆଦିଲ୍ଲୀ : ବିଜେପିରୁ ଟିକେଟ୍‍ ନମିଳିବା ପରେ ସାଂସଦ ଉଦିତ ରାଜ ଅସନ୍ତୋଷ ପ୍ରକାଶ କରି ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ପାର୍ଟିକୁ ସ୍ୱାଗତ କରିଛନ୍ତି। ୨୦୧୪ରେ ବିଜେପି ଟିକେଟରୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରେ ବିଜୟ ହାସଲ କରିଥିବା ସାଂସଦ ଉଦିତ ରାଜଙ୍କୁ ଏଥର ପୁଣି ଲଢିବାକୁ ବିଜେପି ସୁଯୋଗ ଦେଇନାହିଁ। ମଙ୍ଗଳବାର ବିଜେପିର ପ୍ରାର୍ଥୀ ତାଲିକା ଆସିବା ପରେ ସେଥିରେ ତାଙ୍କ ନାଁ ନଥିବାରୁ ଉଦିତ ବିରୋଧୀ ମନୋଭାବ ପୋଷଣ କରିଥିଲେ। ଏପରିକି ନିଜ ଟ୍ୱିଟର୍‍ ହ୍ୟାଣ୍ଡେଲରୁ ସେ ତାଙ୍କ ନାଁ ପୂର୍ବରୁ ଚୌକିଦାର ଶବ୍ଦ ମଧ୍ୟ ହଟାଇ ଦେଇଥିଲେ। ପ୍ରକାଶଯୋଗ୍ୟ, ବିଜେପି ଉଦିତଙ୍କ ଟିକେଟ୍‍ କାଟି ତାଙ୍କ ସ୍ଥାନରେ ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନ ପାଇଁ ରାଜେଶ ଲିଲୋଥିୟାଙ୍କୁ ପ୍ରାର୍ଥୀ କରି ସାରିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏଥର ଉଦିତଙ୍କ ନିକଟରେ ନିଜ ଆସନରୁ ନିର୍ବାଚନ ଲଢିବା ପାଇଁ କୌଣସି ସୁଯୋଗ ନାହିଁ। ତେବେ ଦେଖିବା ବାକି ରହିଲା ଯେ କଂଗ୍ରେସ ଉଦିତଙ୍କୁ ଅନ୍ୟ କୌଣସି ରାଜ୍ୟରୁ ନିର୍ବାଚନ ଲଢିବା ପାଇଁ ଟି​‌କେଟ୍ ଦେଉଛି କି ନାହିଁ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories