www.samajalive.in
Monday, December 8, 2025
24.1 C
Bhubaneswar

ପ୍ରସ୍ତୁତ ହେଲା ବିଶ୍ଵର ପ୍ରଥମ ମ୍ୟାଲେରିଆ ଟିକା

ଜେନିଭା: ସାରା ବିଶ୍ଵରେ ମ୍ୟାଲେରିଆ ଜନିତ ମୃତ୍ୟୁ ଚିନ୍ତାର ବିଷୟ ପାଲଟିଥିବାବେଳେ ଏଥିରେ ରୋକ୍‌ ଲଗାଇବାକୁ ପ୍ରସ୍ତୁତ ହୋଇ ପ୍ରଥମ ମ୍ୟାଲେରିଆ ଟିକା। ଆଫ୍ରିକୀୟ ଦେଶ ମାଲୱି ବିଶ୍ଵର ପ୍ରଥମ ଦେଶ ଭାବେ ଏହି ଟିକା ପ୍ରସ୍ତୁତ କରିଛି। ୫ବର୍ଷ ମଧ୍ୟରେ ପିଲାମାନଙ୍କୁ ମ୍ୟାଲେରିଆରୁ ରକ୍ଷା କରିବାରେ ଏହି ଟିକା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା ରହିଥିବା ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଛି।

ଏହି ଟିକାର ନାମ ରହିଛି ଆରଟିଏସ, ଏସ୍‌। ଏହାକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯିବା ପରେ ୧୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କଠାରେ ସଫଳତା ମିଳିଛି। ସେହିପରି ଗୁରୁତର ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଏହି ଟିକା ୧୦ ଜଣଙ୍କ ମଧ୍ୟରୁ ୩ ଜଣଙ୍କଠାରେ ସଫଳ ଭାବେ କାମ କରିଥିବା ପରୀକ୍ଷାରୁ ଜଣାପଡ଼ିଛି।

- Advertisement -

ଜନ୍ମରୁ ୨ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଏହି ଟିକା ଦେବାରେ ମାଲୱି ପ୍ରଥମ ଆଫ୍ରିକୀୟ ଦେବ ହେବ। ଘାନା ଏବଂ କେନିୟା ମଧ୍ୟ ଆଗାମୀ ସପ୍ତାହରେ ଏହି ଟିକା ବ୍ୟବହାର କରିବେ। ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଡା. ଟେଡ୍ରସ ଅଧାନମ କହିଛନ୍ତି, ମ୍ୟାଲେରିଆକୁ ନିୟନ୍ତ୍ରଣ କରିବା ପାଇଁ ବିଗତ ୧୫ ବର୍ଷ ଧରି ବହୁବିଧ ପଦକ୍ଷେପ ନିଆଯାଇଛି। କିନ୍ତୁ ଅଧିକାଂଶ ଅଞ୍ଚଳରେ ଏଥିରେ ସଫଳତା ମିଳିନାହିଁ। ଏହି ଟିକା ଏବେ ନୂଆ ସମାଧାନର ବାଟ ବାହାର କରିଛି। ହଜାର ହଜାର ଶିଶୁଙ୍କ ଜୀବନ ରକ୍ଷା କରିବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୁପାରିସ କରାଯାଉଥିବା ପଦକ୍ଷେପ ସମ୍ବଳିତ କୋର୍‌ ପ୍ୟାକେଜ ଯଥା, ଔଷଧୀୟ ମଶାରୀ, ଘରେ କୀଟନାଶକ ସିଞ୍ଚନ, ନିୟମିତ ମ୍ୟାଲେରିଆ ପରୀକ୍ଷା ଏବଂ ଚିକିତ୍ସା ମଧ୍ୟରେ ଏହି ଟିକାକୁ ସମ୍ପୃକ୍ତ କରାଯିବ।

ସୂଚନାଯୋଗ୍ୟ, ମ୍ୟାଲେରିଆ ଯୋଗୁ ବିଶ୍ଵରେ ପ୍ରତିବର୍ଷ ୪ ଲକ୍ଷ ୩୫ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ପ୍ରତି ୨ ମିନିଟରେ ମ୍ୟାଲେରିଆରେ ଜଣକ ଜୀବନ ଯାଉଛି। ମୃତ୍ୟୁ ସଂଖ୍ୟା ଆଫ୍ରିକୀୟ ଦେଶରେ ସବୁଠାରୁ ଅଧିକ ରହିଛି। ଏହି ଦେଶଗୁଡ଼ିକରେ ପ୍ରତିବର୍ଷ କେବଳ ଅଢ଼େଇ ଲକ୍ଷ ଶିଶୁ ମ୍ୟାଲେରିଆରେ ପ୍ରାଣ ହରାଉଛନ୍ତି। ତେଣୁ ଏହି ଟିକା ମ୍ୟାଲେରିଆରେ ଶିଶୁ ମୃତ୍ୟୁହାର ରୋକିବ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଆଶା ରଖିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories