ବିନିକା : ବିନିକାରେ ଉଧାର ଟଙ୍କା ପାଇଁ ଜଣେ ଯୁବକଙ୍କ ତଣ୍ଟି ହତ୍ୟା କରାଯାଇଛି। ଅଭିଯୁକ୍ତ ଜଣକ ହତ୍ୟାକାଣ୍ଡ ପରେ ଥାନାରେ ଆତ୍ମସମର୍ପଣ କରିଛି। ଏପରି ଘଟଣା ସୁବର୍ଣ୍ଣପୁର ଜିଲା ବିନିକା ଅନ୍ତର୍ଗତ ନୂଆବଜାର ଅଞ୍ଚଳରେ ଘଟିଛି। ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ବିୟର ପାର୍ଲର ମଧ୍ୟକୁ ପଶି ଯୁବକଙ୍କୁ ଉଧାର ଦେଇଥିବା ଟଙ୍କା ମାଗିଥିଲା। ଯୁବକ ଜଣକ ତାହା ନ ଦେବାରୁ ଅଭିଯୁକ୍ତ ତାଙ୍କୁ କଟୁରୀରେ ଆକ୍ରମଣ କରିଥିଲା। ଅଭିଯୁକ୍ତ ଏହି ହତ୍ୟା କରିବା ପରେ ଥାନାରେ କଟୁରୀ ସହ ଆତ୍ମସମର୍ପଣ କରିଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



