www.samajalive.in
Saturday, December 13, 2025
27.1 C
Bhubaneswar

ଟି-୨୦ରେ ଟର୍ଣ୍ଣରଙ୍କ ରେକର୍ଡ : କ୍ରମାଗତ ୫ଥର ଶୂନ୍ୟରେ ଆଉଟ

ଜୟପୁର : ଚଳିତ ବର୍ଷ ଆଇପିଏଲରେ ରାଜସ୍ଥାନ ରୟାଲ୍‌ସକୁ ପ୍ରତିନିଧିତ୍ବ କରୁଥିବା ଅଷ୍ଟ୍ରେଲିଆର ମଧ୍ୟକ୍ରମ ବ୍ୟାଟସମ୍ୟାନ ଆଷ୍ଟନ ଟର୍ଣ୍ଣର ଟ୍ବେଣ୍ଟି-୨୦ ଫର୍ମାଟରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ଆଇପିଏଲ ମ୍ୟାଚରେ ଟର୍ଣ୍ଣର କୌଣସି ରନ କରିବା ପୂର୍ବରୁ ଈଶାନ୍ତ ଶର୍ମାଙ୍କ ବଲରେ ଆଉଟ ହୋଇଥିଲେ। ଏଥରକୁ ମିଶାଇ ଟର୍ଣ୍ଣର ବିଗତ ପାଞ୍ଚଟି ଟ୍ବେଣ୍ଟି୨୦ ମ୍ୟାଚରେ ଶୂନ୍ୟ ରନରେ ଆଉଟ ହୋଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଟର୍ଣ୍ଣରଙ୍କ ଏଭଳି ବ୍ୟାଟିଂ ବିଫଳତା ଚଳିତବର୍ଷ ଫେବୃୟାରୀ ୯ରୁ ଆରମ୍ଭ ହୋଇଥିଲା। ଅଷ୍ଟ୍ରେଲିଆରେ ପର୍ଥ ସ୍କର୍ଚର୍ସ ପକ୍ଷରୁ ବିଗ୍‌ ବାସ୍‌ ଟ୍ବେଣ୍ଟି-୨୦ ଲିଗ୍‌ ଖେଳୁଥିବାବେଳେ ଟର୍ଣ୍ଣର ଶୂନ୍ୟ ରନରେ ଆଉଟ ହୋଇଥିଲେ। ଏହାପରେ ଭାରତ ବିପକ୍ଷରେ ବିଶାଖାପାଟଣାରେ ଟ୍ବେଣ୍ଟି୨୦ ଖେଳୁଥିବାବେଳେ ମଧ୍ୟ ଶୂନ୍ୟ ରନରେ ଆଉଟ ହୋଇଥିଲେ। ଆଇପିଏଲରେ ମଧ୍ୟ ଟର୍ଣ୍ଣରଙ୍କ ଏହି ଧାରା ଅବ୍ୟାହତ ରହିଥିଲା। ପ୍ରଥମେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ପରେ ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଟର୍ଣ୍ଣର ଖାତା ଖୋଲିପାରିନଥିଲେ। ଅପରପକ୍ଷରେ ଆଇପିଏଲରେ କ୍ରମାଗତ ତିନିଥର ଶୂନ୍ୟ ରନରେ ଆଉଟ ହେବାରେ ଟର୍ଣ୍ଣର ହେଉଛନ୍ତିି ଷଷ୍ଠ ଖେଳାଳି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories