www.samajalive.in
Saturday, December 13, 2025
26.1 C
Bhubaneswar

ଯୌନ ଉତ୍ପୀଡ଼ନ ମାମଲା ଆଣିଥିବା ସୁପ୍ରିମକୋର୍ଟ କର୍ମଚାରୀଙ୍କ ବହିଷ୍କାର ଆକ୍ରୋଶମୂଳକ!

ନୂଆଦିଲ୍ଲୀ: କାର୍ଯ୍ୟାଳୟରେ ବସିବା ସ୍ଥାନ ପରିବର୍ତ୍ତନକୁ ବିରୋଧ କରିବା, କର୍ମଚାରୀ ସଙ୍ଘ ଅଧ୍ୟକ୍ଷଙ୍କୁ ବସିବା ସ୍ଥାନ ପରିବର୍ତନ ନେଇ ଅଭିଯୋଗ କରିବା ଏବଂ ଅଧା ଦିନ ଡ଼ିଉଟିରୁ ଅନୁପସ୍ଥିତ ରହି ପିଲାଙ୍କୁ ସ୍କୁଲ ସମାରୋହକୁ ନେବା ଭଳି କାର୍ଯ୍ୟକୁ ଆଧାର କରି ଜଣେ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା କେତେ ଯଥାର୍ଥ, ସେ ନେଇ ପ୍ରଶ୍ନ ଉଠିଛି। ଏଭଳି ଅଭିଯୋଗରେ ସର୍ବୋଚ୍ଚ ନ୍ୟାୟାଳୟରେ ଜୁନିଅର କୋର୍ଟ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କୁ ୨୦୧୮ ଡିସେମ୍ବର ୨୧ରେ ବହିଷ୍କାର କରାଯାଇଥିଲା ଏବଂ ସେହି କର୍ମଚାରୀ ଏବେ ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି।

ସମ୍ପୃକ୍ତ କର୍ମଚାରୀ ସୁପ୍ରିମକୋର୍ଟରେ ୨୦୧୪ ମସିହା ମେ ମାସରୁ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ତାଙ୍କ ପ୍ରଥମ ବାର୍ଷିକ ଗୁପ୍ତ ଚରିତ୍ର ପଞ୍ଜିକାରେ ‘ଗୁଡ଼’ ଲେଖା ଯାଇଥିବା ବେଳେ ପରବର୍ତ୍ତୀ ବର୍ଷ ‘ଭେରୀ ଗୁଡ଼’ ଲେଖା ଯାଇଛି।

- Advertisement -

୨୦୧୮ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ତାଙ୍କୁ ୩ଥର ବଦଳି କରାଯାଇଥିଲା। ପ୍ରଥମେ ୨୦୧୮ ଅଗଷ୍ଟରେ ପ୍ରଧାନ ବିଚାରପତିଙ୍କ ଆବାସ ସ୍ଥାନରେ, ଅକ୍ଟୋବରରେ ସିପିଆରରେ ଏବଂ ନଭେମ୍ବରରେ ସୁପ୍ରିମକୋର୍ଟ ପାଠାଗାରରେ କାର୍ଯ୍ୟ କଲାପରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories