www.samajalive.in
Saturday, December 13, 2025
26.1 C
Bhubaneswar

ବିଲକିଶ ବାନୋ ମାମଲା: ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଚାକିରୀ ଦେବାକୁ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୦୦୨ ଦଙ୍ଗା ସମୟରେ ଗଣ ବଳାତ୍କାରର ଶିକାର ହୋଇଥିବା ବିଲକିଶ ବାନୋଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଚାକିରୀ ଓ ବାସଗୃହ ଯୋଗାଇ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଗୁଜୁରାଟ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦଙ୍ଗାରେ ବିଲକିଶ ବାନୋଙ୍କ ତିନି ବର୍ଷର ଝିଅ ସମେତ ପରିବାରର ୧୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା ଏବଂ ସେ ସମୟରେ ବିଲକିଶ ଗର୍ଭବତୀ ଥିଲେ।

ଗୁଜୁରାଟ ସରକାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠକୁ ଅବଗତ କରାଇଥିଲେ ଯେ ଦୋଷୀ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ବିଲକିଶ ବାନୋଙ୍କ ଓକିଲ ଗୁଜୁରାଟ ସରକାର ଦୋଷୀ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଥିଲେ। ବମ୍ବେ ଉଚ୍ଚ ନ୍ୟାୟାଳୟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଜଣେ ଆଇପିଏସଙ୍କ ସମେତ ଅନ୍ୟ ଦୋଷୀ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ପୃକ୍ତ ଆଇପିଏସ ଅଧିକାରୀଙ୍କ ପଦାବନତ କରାଯାଇଥିବା ଗୁଜୁରାଟ ସରକାର ସ୍ପଷ୍ଟ କରିଛନ୍ତି।

- Advertisement -

ପୂର୍ବରୁ ବିଲକିଶ ବାନୋ ୫ଲକ୍ଷ ଟଙ୍କା କ୍ଷତିପୂରଣ ଗ୍ରହଣ କରିବାକୁ ମନାକରିଥିଲେ। ବିଲକିଶ ବାନୋ ଗଣ ବଳାତ୍କାର ଘଟଣାରେ ଏକ ସ୍ୱତନ୍ତ୍ର କୋର୍ଟ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories