www.samajalive.in
Wednesday, December 10, 2025
14.1 C
Bhubaneswar

ବିଜେପିରେ ଯୋଗଦେଲେ ଅଭିନେତା ସନୀ ଦେଓଲ

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ସନୀ ଦେଓଲ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସନୀଙ୍କୁ ଦଳରେ ସାମିଲ କରିବା ସହ ଫୁଲତୋଡ଼ା ଦେଇ ତାଙ୍କର ସ୍ୱାଗତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଜେପି ପକ୍ଷରୁ ସନୀ ଗୁରଦାସପୁରରୁ ନିର୍ବାଚନ ଲଢିପାରନ୍ତି।

image courtesy-NewsroomPost

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଦୀର୍ଘଦିନର ପାରିବାରିକ ସମ୍ପର୍କ ଏବେ ରାଜନୈତିକ ସମ୍ପର୍କରେ ପରିଣତ ହୋଇଛି। ୨୦୦୮ରେ ଧର୍ମେନ୍ଦ୍ର ଦଳର ସାଂସଦ ଥିଲେ ଓ ଏବେ ତାଙ୍କ ପୁଅ ସନୀ ଦେଓଲ ମଧ୍ୟ ଜନସାଧାରଣଙ୍କ ମନରେ ନିଜ ରାଜନୈତିକ ଛାପ ଛାଡ଼ିବାରେ ସଫଳ ହେବେ ବୋଲି ଆମର ଭରସା ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories