www.samajalive.in
Monday, December 8, 2025
16.1 C
Bhubaneswar

ଡବଲ ଇଞ୍ଜିନ ସରକାରକୁ ରୋକିପାରିବନି ବିଜେଡି: ମୋଦୀ

କେନ୍ଦ୍ରାପଡ଼ା: ଗତ ୫ବର୍ଷ ଭିତରେ ବିଜେପି ସରକାରର କାମ ଦେଖିଛନ୍ତି। ସରକାର ଉପରେ ଟିକେ ବି ଭ୍ରଷ୍ଟାଚାରର ଦାଗ ଲାଗିନାହିଁ। ବିଜେପି ପ୍ରତି ଆପଣଙ୍କ ଭଲପାଇବା ଦେଖି ବିଜେଡିବାଲାଙ୍କ ନିଦ ଉଡ଼ିଗଲାଣି। ସରକାରଙ୍କ କାର୍ଯ୍ୟ ଉପରେ ଚର୍ଚ୍ଚା କରିବାକୁ ବିରୋଧୀଙ୍କ ସାହସ ନାହିଁ। ସେଥିପାଇଁ ବିରୋଧୀମାନେ ଏବେ ମୋତେ ଗାଳି ଦେଉଛନ୍ତି। ଓଡ଼ିଶାରେ ବିଜେଡି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ତେଣୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରାଯାଉଛି। କିନ୍ତୁ ଓଡ଼ିଶାରେ ଏଥର ବିଜେଡି ଯିବା ଏବଂ ବିଜେପି ଆସିବା ନିଶ୍ଚିତ ହୋଇସାରିଛି। ବିଜେଡି ଯେତେ ଚେଷ୍ଟା କଲେ ବି ରାଜ୍ୟରେ ଡବଲ ଇଞ୍ଜିନର ସରକାରକୁ ରୋକିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ମଙ୍ଗଳବାର ମୋଦୀ କେନ୍ଦ୍ରାପଡ଼ାର ବାରୁଅଠାରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ ମୋଦୀ କହିଥିଲେ, ପ୍ରଥମ ୨ଟି ପର୍ଯ୍ୟାୟ ନିର୍ବାଚନରେ ମୁଁ ନବୀନ ବାବୁଙ୍କ ସମାଲୋଚନା କରି ନ ଥିଲି। ଏତେ ବର୍ଷ କାମ କଲେଣି, ଭଲରେ ବିଦାୟ ନିଅନ୍ତୁ ବୋଲି ଭାବିଥିଲି। କିନ୍ତୁ ଗତ ୧୦/୧୨ ଦିନରେ ଯେଉଁଭଳି ହିଂସା ବଢ଼ିଛି, ସେଥିପାଇଁ ଆଉ ନୁହେଁ। ନବୀନ ବାବୁଙ୍କୁ କହୁଛି ଆପଣ ବିଦା ହେଉଛନ୍ତି। କିଛି ଅଫିସର ଆପଣଙ୍କୁ ରକ୍ଷା କରିପାରିବେନି। ଓଡ଼ିଶାବାସୀ ଏବେ ରାଗର ସହ ଆପଣଙ୍କୁ ବିଦା କରିବାକୁ ଯାଉଛନ୍ତି ଏବଂ ବିକାଶର ଡବଲ ଇଞ୍ଜିନ ଲଗାଇବାକୁ ଯାଉଛନ୍ତି। ବିଜେଡି ଯେତେ ଚେଷ୍ଟା କଲେ ବି ତାହାକୁ ରୋକି ପାରିବନି।

- Advertisement -

ଆଜିର ଯୁବ ସମାଜ ନବୀନଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ, କାହିଁକି ସେମାନଙ୍କୁ ଚାକିରି ପାଇଁ ବାହାରକୁ ଯିବାକୁ ପଡ଼ୁଛି। କ’ଣ ପାଇଁ ଚାଷୀଙ୍କୁ ପାଣି ମିଳୁନି। ଶୀତଳ ଭଣ୍ଡାର ନାହିଁ। ଏ ସରକାରର ବିକାଶ ଲକ୍ଷ୍ୟ ନୁହେଁ, କେବଳ କ୍ଷମତା ହାସଲ ହେଉଛି ଲକ୍ଷ୍ୟ। ଓଡ଼ିଶାର ବିକାଶ ହେଉ କି ନ ହେଉ, ଏମାନଙ୍କୁ କେବଳ ଭୋଟ ମିଳୁଥାଉ। ଓଡ଼ିଶାକୁ ସମୁଦ୍ର ଘେରି ରହିଛି। ଏଠାରେ ବିକାଶର ବହୁ ସୁବିଧା ରହିଛି। ଓଡ଼ିଶାରେ ଶିଳ୍ପ ପାଇଁ ବହୁ ଅନୁକୂଳ ବାତାବରଣ ରହିଛି।  ବ୍ରାହ୍ମଣୀରେ ୱାଟର ୱେ ହେବାକୁ ଯାଉଛି। ଏହି ୱାଟର ୱେ ପାରାଦୀପ-ଧାମରାକୁ ଯୋଡ଼ିବ। ଏହା ଦ୍ବାରା ପର୍ଯ୍ୟଟନ ବିକାଶ ସହ କୃଷକଙ୍କ ପାଇଁ ବହୁ ଲାଭ ମିଳିବ। ମତ୍ସ୍ୟଜୀବୀଙ୍କୁ ବି ଅନେକ ଲାଭ ମିଳିବ। ମତ୍ସ୍ୟଜୀବୀଙ୍କୁ ପ୍ରଥମ ଥର ପାଇ କିଷାନ କ୍ରେଡିଟ କାର୍ଡ ଦିଆଯାଉଛି।

ଏଭଳି ରାଜ୍ୟ ସରକାର ବଦଳିବା ଦରକାର:

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ମୋଦୀ କହିଥିଲେ, ଓଡ଼ିଶା ସରକାର ପିଏମ କିଷାନ ତାଲିକା ଦେଉନାହିଁ। ଏଠାକାର ସରକାର ବିକାଶ ବିରୋଧୀ। ଯାହା ବିକାଶ ହେଉଛି, ସମସ୍ତଙ୍କ ପାଇଁ ସମାନ ଭାବେ ହେଉଛି। ଗରିବ ଲୋକଙ୍କୁ ପକ୍କା  ଘର, ବିଜୁଳି ଯୋଗାଇ ଦିଆଯାଉଛି। କୌଣସି ଗାଁ ଅନ୍ଧାରରେ ନ ରହିବା ଆମର ସଙ୍କଳ୍ପ। ମହିଳାଙ୍କୁ ମାଗଣା ରନ୍ଧନ ଗ୍ୟାସ ଦେଇ ଜୀବନ ସରଳ କରିଛୁ। ରାଜ୍ୟରେ ମା’ଭଉଣୀଙ୍କ ଉପରେ ଅତ୍ୟାଚାର ହେଉଛି, କିନ୍ତୁ ନ୍ୟାୟ ମିଳୁନି। ବିଜେପି ସରକାର ଆସିଲେ ସେମାନଙ୍କୁ ନ୍ୟାୟ ମିଳିବ। ଝିଅମାନଙ୍କ ପ୍ରତି ବଳାତ୍କାର କରୁଥିବା ଦୋଷୀକୁ ଫାଶୀ ଦଣ୍ଡ ଦିଆଯିବ। ବିଜେପି ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ନବୀନ ସରକାର ବିକାଶ ମଝିରେ ପାଚେରି ହୋଇ ଠିଆ ହୋଇଛି। ଏଭଳି ରାଜ୍ୟ ସରକାର ବଦଳିବା ଦରକାର ବୋଲି ମୋଦୀ କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories