www.samajalive.in
Friday, December 12, 2025
16.1 C
Bhubaneswar

ଫାଳେ ଲେମ୍ବୁ ଦୂର କରିବ ଅନେକ ସମସ୍ୟା

ସାଧାରଣତଃ ଆମେ ସମସ୍ତେ ଜାଣନ୍ତି ଯେ ଲେମ୍ବୁ ଏକ ଉପକାରୀ ଫଳ। ଏହା ଆମର ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ତ ଆମେ ଜାଣନ୍ତି ଯେ ଲେମ୍ବୁ ସ୍ବାସ୍ଥ୍ୟ ପଇଁ ଖୁବ୍ ଲାଭଦାୟକ ହୋଇଥାଏ ହେଲେ କ’ଣ ଆପଣ ଏହାର ଅନ୍ୟ ଗୁଣ ବିଷୟରେ ଜାଣନ୍ତି। ସାମାନ୍ୟ ଫାଳେ ଲେମ୍ବୁ ଆମର ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଲେମ୍ବୁର ଉପାଦେୟ ଗୁଣ ବିଷୟରେ –

 

- Advertisement -

୧-ଖରା ଓ ଗରମରେ ଦେହରୁ ଜଳୀୟ ଅଂଶ କ୍ଷୟ ହୋଇ ନିସ୍ତେଜ ଲାଗିଲେ ଲେମ୍ବୁକୁ କାଟି ପାଣିରେ ଚିପୁଡ଼ି ପିଅନ୍ତୁ। ଏହା ଆପଣଙ୍କୁ ଶକ୍ତି ଯୋଗାଇବା ସହ ଶରୀରକୁ ସତେଜ କରିଥାଏ।
୨-କଟା ଲେମ୍ବୁ ପାଖରେ ରଖିଥିଲେ ଆପଣଙ୍କ ଆଖ ପାଖରେ ଏହାର ସୁଗନ୍ଧ ଭରି ରହିଥିବ ଓ ଆପଣଙ୍କୁ ଅନେକ ପ୍ରକାର ଦୁର୍ଗନ୍ଧରୁ ମୁକ୍ତି ମିଳିବ।
୩-ଯଦି ଆପଣଙ୍କୁ ବାନ୍ତି ଲାଗୁଛି କିମ୍ବା ହେଉଛି ତେବେ ଖଣ୍ଡିଏ କଟା ଲେମ୍ବୁ ନେଇ ଶୁଙ୍ଘିଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ବିଶେଷ କରି ଯାତ୍ରା କରିବା ସମୟରେ ଲେମ୍ବୁକୁ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ ।
୪-ଚା, କଫି, ମୃଦୁ ପାନୀୟ କିମ୍ବା ଅନ୍ୟ କୌଣସି ଖାଦ୍ୟ ଖାଇସାରିବା ପରେ ଯଦି ଆପଣଙ୍କ ଦାନ୍ତ ହଳଦିଆ ହୋଇଯାଉଛି, ତେବେ କଟା ଲେମ୍ବୁ ଖଣ୍ଡେ ନେଇ ଦାନ୍ତରେ କିଛି ସମୟ ଘସିଲେ ଦାନ୍ତ ଧଳା ହୋଇଯିବ।
୫-କଟା ଲେମ୍ବୁ ଖଣ୍ଡକୁ ଘରର କୌଣସି କଣରେ ରଖିଦେଲେ କୌଣସି ରୁମ ଫ୍ରେସନରର ଆବଶ୍ୟକ ପଡ଼ିବ ନାହିଁ। ଘରେ ସୁଗନ୍ଧ ଖେଳି ରହିବ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories