www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଜ୍ଞା ସିଂହଙ୍କ ପ୍ରାର୍ଥିତ୍ବ ପ୍ରସଙ୍ଗ

ବ୍ୟବସ୍ଥା କଳୁଷିତ ହୋଇଗଲେ ସେଥିରୁ ସ୍ବଚ୍ଛତା ଖୋଜି ପାଇବା କଷ୍ଟ। କଳୁଷକୁ ଘାଣ୍ଟିଲେ କେବଳ କଳୁଷ ବାହାରିବ ସିନା, ଭଲ ଜିନିଷ ମିଳିବ କୁଆଡ଼ୁ? ଆମ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଏବେ ପଙ୍କିଳ ଓ ଆବର୍ଜନାପୂର୍ଣ୍ଣ। ଏଥିରେ ଭଲ କଥା ଖୋଜିବା ଲଙ୍କାରେ ‘ହରିଶବ୍ଦ’ ପରି। ଆମ ନିର୍ବାଚନ ଭାରତୀୟ ଲୋକପ୍ରତିନିଧି ଆଇନ ଅନୁସାରେ ପରିଚାଳିତ ହୁଏ। ଏଥିରେ ପ୍ରାର୍ଥୀଙ୍କ ପାଇଁ ସ୍ପଷ୍ଟ ଯୋଗ୍ୟତା ନିର୍ଦ୍ଧାରିତ ହୋଇଛି। ସେଥିରୁ ଗୋଟିଏ ନିୟମ ହେଲା କୌଣସି ପ୍ରାର୍ଥୀଙ୍କ ବିରୋଧରେ ଯଦି ଅପରାଧିକ ମାମଲା ଥିବ ସେ ନିର୍ବାଚନ ଲଢ଼ିପାରିବେ। ମାମଲା ବା ଅଭିଯୋଗ ଯେତେ ଗୁରୁତର ହେଲେ ମଧ୍ୟ ସେ ଯେପର୍ଯ୍ୟନ୍ତ ଦୋଷୀସାବ୍ୟସ୍ତ ବା ଦଣ୍ଡିତ ହୋଇ ପାରିନାହାନ୍ତି, ସେ ଯାଏ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇପାରିବେ ନାହିଁ। ତେଣୁ ଏଇ ନିୟମ ଆଧାରରେ ଅତୀତରେ ଅନେକ ବ୍ୟକ୍ତିବିଶେଷ ଗୁରୁତର ଅପରାଧିକ ମାମଲା ସତ୍ତ୍ବେ ନିର୍ବାଚନ ଲଢ଼ିଛନ୍ତି ଏବଂ ଅନେକ ମଧ୍ୟ ଜିତିଛନ୍ତି। ଏବେ ମାଲେଗାଓଁ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଞାସିଂହ ଠାକୁରଙ୍କ ପ୍ରାର୍ଥିତ୍ବନେଇ ବେଶ ଚର୍ଚ୍ଚା ହେଉଛି। ବିଜେପି ‘ହିନ୍ଦୁୁ ଆତଙ୍କବାଦ’ ଘଟଣାରେ ସଂପୃକ୍ତ ତାଙ୍କ ଭଳ ି ଜଣେ ଅଭିଯୁକ୍ତଙ୍କୁ ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ କରି ଠିକ୍‌ କରିନାହିଁ ବୋଲି ମତପ୍ରକାଶ ପାଉଛି।
ପ୍ରଜ୍ଞା ସିଂହଠାକୁର ଅଭିନବ ଭାରତ ନାମକ ଏକ ହିନ୍ଦୁ ସଙ୍ଗଠନର ସଦସ୍ୟ ଥିଲେ ଏବଂ ଏହି ସଂଗଠନ ସଂଖ୍ୟାଲଘୁଙ୍କୁ ନିଶାଣ କରି ଦେଶରେ ଏକାଧିକ ବିସ୍ଫୋରଣ ଘଟାଇ ଥିବାର ଅଭିଯୋଗ ହୋଇଥିଲା। ୨୦୦୮ରେ ପ୍ରଜ୍ଞା ଏହି ହିନ୍ଦୁ-ଆତଙ୍କ ମାମଲାରେ ଗିରଫ ହୋଇ ଜେଲରେ ଥିଲେ ମଧ୍ୟ ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ସେ ନିର୍ଦୋଷରେ ଖଲାସ ହୋଇଛନ୍ତି। ହେଲେ ଅନେକଙ୍କ ପାଇଁ ସେ ଏବେ ମଧ୍ୟ ବୈଚାରିକ ଦୃଷ୍ଟିରୁ ନିର୍ଦୋଷ ପ୍ରମାଣିତ ହୋଇନାହାନ୍ତି। ଅଦାଲତରେ ନିର୍ଦୋଷରେ ଖଲାସ ହେବା ସତ୍ତ୍ବେ ଜଣକୁ ଯଦି କେହି ଭିନ୍ନ ଦୃଷ୍ଟିରୁ ଦେଖିବ ସେଥିପାଇଁ ଆଇନ ନାଚାର। ପ୍ରଜ୍ଞା ସିଂହ ମଧ୍ୟ ଏକ ମାତ୍ର ରାଜନୈତିକ ପ୍ରତ୍ୟାଶୀ ନୁହନ୍ତି ଯିଏ ପ୍ରଥମଥର ପାଇଁ ଆତଙ୍କବାଦ ଭଳି ଅଭିଯୋଗରେ ଜେଲଦଣ୍ଡ ଭୋଗିଛନ୍ତି। ତେବେ ତାଙ୍କର ବଡ଼ ଦୋଷ ହେଲା ସେ ହିନ୍ଦୁ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ। ଆତଙ୍କବାଦର ବାସ୍ତବରେ ଜାତି, ଧର୍ମ ଓ ସଂପ୍ରଦାୟ ନଥାଏ। ଏହା ବିଭିନ୍ନ ପରିବେଶ ଓ ପରିସ୍ଥିତି ଯୋଗୁଁ ଜାତି, ଧର୍ମ ଓ ସଂପ୍ରଦାୟ ସହ ଯୋଡ଼ି ହୋଇଯାଏ। ଗୋଟେ ଧାରଣା ରହିଛି ଯେ ଭାରତରେ ହିନ୍ଦୁ ଆତଙ୍କବାଦୀ ହୋଇ ନପାରେ​‌େକବଳ ସଂଖ୍ୟାଲଘୁମାନେ ହିଁ ଆତଙ୍କବାଦୀ ହୋଇପାରନ୍ତି। ଅନେକ ଉଦାହରଣ ଏହି ଧାରଣାଟିକୁ ବଳବତ୍ତର କରିଥାଏ। ତେବେ ୟୁୁପିଏ ସରକାର ସମୟରେ ପ୍ରଥମ କରି ଭାରତରେ ଯେଉଁ ହିନ୍ଦୁ ଆତଙ୍କବାଦର କଥା ଉଠିଲା ସେଥି​‌େ​‌ର ହିଁ ଏହି ଆତଙ୍କବାଦୀମାନେ ସଂଖ୍ୟାଲଘୁଙ୍କୁ ଆତଙ୍କିତ କରିବାକୁ ଉଦ୍ୟମ କରୁଥିବାରୁ ତଥ୍ୟ ପ୍ରମାଣ ଉପସ୍ଥାପନ କରାଗଲା।
ଅପରପକ୍ଷରେ ବିଜେପି ଓ ସଂଘ ପରିବାରର ଯୁକ୍ତି ଯେ ହିନ୍ଦୁବହୁଳ ଭାରତରେ ହିନ୍ଦୁମାନେ ଆତଙ୍କବାଦୀ ହେବା ଯୁକ୍ତି ଗ୍ରହଣୀୟ ନୁହେଁ ଏବଂ ଏକ ବୃହତ୍ତର ସଂପ୍ରଦାୟକୁୁ ବଦନାମ୍‌ କରିବାକୁ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର। ସେଇ ବିଚାରରେ ପରିଚାଳିତ ହୋଇ ବିଜେପି ପ୍ରଜ୍ଞାସିଂହଙ୍କୁ ପ୍ରାର୍ଥୀ କରିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ନିଷ୍ପତ୍ତିକୁୁ ଖୋଲାଖୋଲି ସମର୍ଥନ କରୁଛନ୍ତି। ବିଜେପି ଭଳି ଏକ ଦକ୍ଷିଣପନ୍ଥୀ ଦଳର ଏହି ନିଷ୍ପତ୍ତିରେ ବିରୋଧୀ ଖୁସି ନହେବା ସ୍ବାଭାବିକ। ହେଲେ ଆମ ଆଇନ ଓ ବିଧିବ୍ୟବସ୍ଥା ଯାହା ତାହାକୁ ଦେଖିଲେ ବିଜେପି କିଛି ଭୁଲ କରିନାହିଁ। ଭାରତୀୟ ଭୋଟର କ୍ରମଶଃ ଆଦର୍ଶ ଓ ବିଚାର ଦୃଷ୍ଟିରୁ ଧ୍ରୃବୀକୃତ ଓ ଭାଗଭାଗ ହେଉଛନ୍ତି। ଏକ ଧ୍ରୁବୀକୃତ ବ୍ୟବସ୍ଥାରେ ହିନ୍ଦୁଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରଜ୍ଞା ବିଜେପିର ଏକ ଅମୋଘ ଅସ୍ତ୍ର ନିଶ୍ଚୟ। ଭୋପାଳ ସଂସଦୀୟ ଆସନ ବିଜେପିର ଏକ ଅଭେଦ୍ୟ ଦୁର୍ଗ। ତା’ ସତ୍ତ୍ବେ ସେଠାରୁ ଏହି ଦଳ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରି ଏକ ନୂଆବାର୍ତ୍ତା ଦେବାକୁ ​‌େ​‌ଚଷ୍ଟା କରୁଛି। ଏଭଳି ସ୍ଥିତିରେ ନୈତିକତା ଦୃଷ୍ଟିରୁ ଆମ ତୁମ ଭଳି ଥୋକାଏ ବିଜେପିଠାରୁ ବିଶେଷ କିଛି ଆଶା କରିବା ନିରର୍ଥକ; କାରଣ ବିରୋଧୀ ପକ୍ଷମାନେ ମଧ୍ୟ ଅନୁରୂପ ଉଚ୍ଚାଦର୍ଶ ଓ ରାଜନୈତିକ ମାନ ପ୍ରଦର୍ଶନ କରିବାରେ ବିଫଳ। ତଥାପି ଆମ ବିଚାରରେ ବିଜେପି ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିନଥିଲେ ଭଲ ହୋଇଥାନ୍ତା ଓ ଏହାଦ୍ବାରା ଦଳ ନିଜର ନୈତିକ ଭାବମୂର୍ତ୍ତିକୁ ବଢ଼ାଇ ପାରିଥାନ୍ତା। ତଥାପି ରାଜନୈତିକ ଦଳମାନେ ନିଜନିଜର ରଣନୀତି ଓ କୌଶଳ ନିର୍ଦ୍ଧାରଣ କରିବାକୁ ମୁକ୍ତ। ରାଜନୀତି ଯେତେବେଳେ ପଙ୍କିଳ ସେତେବେଳେ ଗୋଟିଏ ଦଳକୁ ଏଥିପାଇଁ ପରାମର୍ଶ ଦେବା ଅର୍ଥହୀନ। ପ୍ରାର୍ଥୀ ମନୋନୟନ ସମୟରେ ସବୁଦଳ ଏପରି ବ୍ୟକ୍ତିଙ୍କୁ ବାଛିବାର ଆବଶ୍ୟକତା ରହିଛି ଯେଉଁମାନଙ୍କର ଭାବମୂର୍ତ୍ତି ପ୍ରଶ୍ନାତୀତ ଥିବା ଉଚିତ। ଆମ ଆଇନ ପ୍ରଣେତାମାନେ ରାଜନୀତିକୁ କଳୁଷମୁକ୍ତ କରିବା ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତାଠାରୁ ବିଭିନ୍ନ ପ୍ରସଙ୍ଗରେ ସଂସ୍କାର ଆଣିବାକୁ ପ୍ରୟାସ କରିବେ କି?

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories