www.samajalive.in
Sunday, December 14, 2025
26.1 C
Bhubaneswar

ଭାରତର ହଜ କୋଟାରେ ବାର୍ଷିକ ୨୫ହଜାର ବୃଦ୍ଧି

ନୂଆଦିଲ୍ଲୀ: ଭାରତରୁ ହଜ ଯାଉଥିବା ଯାତ୍ରୀଙ୍କ ପାଇଁ ସାଉଦି ଆରବ କୋଟା ପରିମାଣ ବୃଦ୍ଧି କରିଛି। ଏବେ ଭାରତର ହଜ କୋଟା ୨୫ ହଜାର ବୃଦ୍ଧି ପାଇଁ ବାର୍ଷିକ ଦୁଇ ଲକ୍ଷରେ ପହଞ୍ଚିଛି। ରମଜାନ ସମୟରେ ଅଧିକରୁ ଅଧିକ ଯାତ୍ରୀଙ୍କୁ ହଜ ସୁବିଧା ଯୋଗେଇ ଦେବାକୁ ଭାରତ କୂଟନୈତିକ ସ୍ଥରରେ ଉଦ୍ୟମ କରୁଛି।

ସାଉଦି ସରକାରଙ୍କ ହଜ ଯାତ୍ରୀ ସଂଖ୍ୟାରେ ୨୫ ହଜାର ବୃଦ୍ଧି ପରେ ପବିତ୍ର ମକ୍କା ଏବଂ ମଦିନା ସହରରେ ଯାତ୍ରୀମାନଙ୍କ ସୁରକ୍ଷିତ ରହଣି, ପରିବହନ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ବ୍ୟବସ୍ଥା ପାଇଁ ଭାରତୀୟ ହଜ କମିଶନ ପଦକ୍ଷେପ ନେଉଥିବା ଭାରତର କନଶଲ ଜେନେରାଲ ମହମଦ ନୁର ରହମାନ କହିଛନ୍ତି। ୨୦୧୯ ଫେବୃଆରୀରେ ସାଉଦି ଯୁବରାଜ ମହମଦ ବିନ ସଲମାନଙ୍କ ଭାରତ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ପରେ ସାଉଦି ହଜ ମନ୍ତ୍ରାଳୟ ଏହାକୁ ସ୍ୱୀକୃତି ପ୍ରଦାନ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories