www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରୀଲଙ୍କାରେ ସିରିଜ ବିସ୍ଫୋରଣ – ୧୮୫ ମୃତ, ୪୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ରବିବାର ସିରିଜ ବୋମା ବିସ୍ଫୋରଣରେ ୧୮୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି। ସକାଳେ ୬ଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିବା ବେଳେ ଅପରାହ୍ନରେ ଅନ୍ୟ ୨ଟି ସ୍ଥାନରେ ବିସ୍ଫୋରଣ ହୋଇଛି। ଏହାକୁ ମିଶାଇ ଅପରାହ୍ନ ସୁଦ୍ଧା ଶ୍ରୀଲଙ୍କାରେ ଆଠଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଛି। ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ରବିବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ସାମାଜିକ ଗଣମାଧ୍ୟମ ସେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଅସ୍ଥାୟୀଭାବେ ଫେସବୁକ୍ ଓ ହ୍ବାଟ୍ସଅପକୁ ବନ୍ଦ ରଖାଯାଇଛି। ଶ୍ରୀଲଙ୍କାରେ ଥିବା ଭାରତୀୟ ନାଗରିକଙ୍କ ସହ ସମ୍ପର୍କ କରିବା ପାଇଁ ଭାରତୀୟ ଦୂତବାସ ପକ୍ଷରୁ +୯୪୭୭୭୯୦୩୦୮୨, +୯୪୧୧୨୪୨୨୭୮୮, +୯୪୧୧୨୪୨୨୭୮୯ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ସମୟ ଅନୁସାରେ ସକାଳ ୮ଟା ୪୫ରେ ରାଜଧାନୀ କଲୋମ୍ବୋରେ କୋଚ୍ଚିକାଡ଼େର ସେଣ୍ଟ୍‌ ଆନ୍ଥୋନି ଚର୍ଚ୍ଚରେ ଇଷ୍ଟର ପର୍ବ ପାଇଁ ଲୋକମାନେ ଏକତ୍ରିତ ହେଉଥିବା ବେଳେ ପ୍ରଥମ ବିସ୍ଫୋରଣ ହୋଇଥିଲା। ସେହିପରି ଦ୍ବିତୀୟ ବିସ୍ଫୋରଣ କଟୁବାପିଟିଆ ଚର୍ଚ୍ଚରେ ଏବଂ ତୃତୀୟ ବିସ୍ଫୋରଣ ବଟ୍ଟୀକଲାଓ ଚର୍ଚ୍ଚରେ ହୋଇଥିଲା। ଏହା ବ୍ୟତୀତ ରାଜଧାନୀ କଲମ୍ବୋରେ ପଞ୍ଚ ତାରାକା ହୋଟେଲ ସାଙ୍ଗ୍ରି-ଲା, ସିନ୍ନାମନ୍ ଗ୍ରାଣ୍ଡ ଏବଂ କିଙ୍ଗ୍ସବରୀ ହୋଟେଲରେ ବିସ୍ଫୋରଣ ହୋଇଥିଲା। ରବିବାର ଅପରାହ୍ନରେ ଅନ୍ୟ ଦୁଇଟି ହୋଟେଲରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩୫ ଜଣ ବିଦେଶୀ ପର୍ଯ୍ୟଟନ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories