www.samajalive.in
Wednesday, December 10, 2025
16.1 C
Bhubaneswar

ଦୀର୍ଘଘଣ୍ଟାର ଅସ୍ତ୍ରୋପଚାର ପରେ ମକରନ୍ଦ ସୁସ୍ଥ

କଟକ : କାନପୁର ଥାନା ଶୋଲବନ୍ଧ ଗ୍ରାମର ମକରନ୍ଦ ମଲ୍ଲିକଙ୍କ ଡାହାଣ ଗୋଡର ଜଙ୍ଘ ସ୍କୁଟି ଷ୍ଟାଣ୍ତଟି ପଶିଯାଇଥିଲା। ଜଙ୍ଘରେ ୧୫ ଇଞ୍ଚ ଲମ୍ବର ଲୁହାରଡ୍‌ ପଶିଯାଇ ଅଣ୍ଟା ପର୍ଯ୍ୟନ୍ତ ଚାଲିଯାଇଥିଲା। ଯାହାଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘସମୟର ଅସ୍ତ୍ରୋପଚାର ପରେ ମକରନ୍ଦ ସୁସ୍ଥ ହୋଇଛନ୍ତି।

ମକରନ୍ଦ ମଲ୍ଲିକ

ମକରନ୍ଦଙ୍କ ପୁଅ ରମେଶଙ୍କ କହିବା ଅନୁଯାୟୀ ୧୯ ତାରିଖ ଅପରାହ୍ଣରେ ଡ୍ୟୁଟି ସାରି ବାପା ଘରକୁ ଫେରୁଥିଲେ। ମୋରମ ରାସ୍ତାରେ ଆସୁଥିବାବେଳେ ଅଧାବାଟରେ ପଛରୁ ଜଣେ ବନ୍ଧୁ ତାଙ୍କୁ ଡାକିଥିଲେ। ହଠାତ୍ ପଛକୁ ଚାହିଁବାରୁ ଗାଡିର ଆଗଚକ ଖାଲରେ ପଡ଼ିଯାଇଥିଲେ। ଗାଡିର ଷ୍ଟାଣ୍ତ ବାହାରକୁ ବାହାରିଥିବା ରଡ୍‌ ତାଙ୍କ ଡାହାଣପଟ ଜଙ୍ଘ ଭିତରେ ପଶିଯାଇଥିଲା। ଯନ୍ତ୍ରଣା ହେବାରୁ ସେ ଚିତ୍କାର କରିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ସେଠାରେ ତାଙ୍କ ଜଙ୍ଗରୁ ଷ୍ଟାଣ୍ତର ରଡ଼କୁ କାଢ଼ିବାକୁ ଚେଷ୍ଟା କରିଥିଲେ;କିନ୍ତୁ ବିଫଳ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ମିସ୍ତ୍ରି ଡକାଇ ପ୍ରଥମେ ସ୍କୁଟିରୁ ଷ୍ଟାଣ୍ତକୁ ଅଲଗା କରାଗଲା। ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ତୁରନ୍ତ ବଡମ୍ବା ହସ୍‌ପିଟାଲ୍‌କୁ ନେଇଯାଇଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସର୍ଜରୀ ବିଭାଗରେ ଡ଼ାକ୍ତର ଶ୍ରୀକାନ୍ତ ପଣ୍ତାଙ୍କ ୟୁନିଟ୍‌ରେ ମକରନ୍ଦଙ୍କୁ ଭର୍ତ୍ତି କରାଯାଇଥିଲା। ଆଜି ଜରୁରୀକାଳୀନ ଓଟିରେ ଡ଼ାକ୍ତର ରାଜେଶ ଦୋରାଙ୍କ ନେତୃତ୍ବରେ ଅସ୍ତ୍ରୋପଚାର କରାଯାଇ ରଡ୍‌କୁ ବାହାର କରାଯାଇଥିଲା। ଏହି ଅସ୍ତ୍ରୋପଚାରରେ ଡାକ୍ତର ଶଶିକାନ୍ତ ବେହେରା, ଡାକ୍ତର ସନତ ପାତ୍ର, ଡାକ୍ତର ହିମାଂଶୁ କାନ୍‌, ଡାକ୍ତର ଚନ୍ଦ୍ରକାନ୍ତ, ଡାକ୍ତର ମୌସମ ରାଏ, ଡାକ୍ତର ମନୋଜ ବାରିକ, ଡାକ୍ତର ଜସ୍ମିନ୍‌ ପାଣିଗ୍ରାହୀ ଓ ଡାକ୍ତର ନିତ୍ୟ ମିଶ୍ର ସହଯୋଗ କରିଥିଲେ। ଏବେ ମକରନ୍ଦ ସୁସ୍ଥ ଥିବା ଡାକ୍ତର ପଣ୍ତା ଓ ଡାକ୍ତର ଦୋରା କହିଛନ୍ତି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories