କଟକ : କଟକ ଜିଲାର ୬ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଆସନ୍ତା ୨୩ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଓ ୨୨ରେ ବିଭିନ୍ନ ବୁଥକୁ ପୁଲିଂ ଦଳ ପଠାଯିବ। ପୁଲିଂ ଦଳକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ବାଲିଯାତ୍ରା ପଡିଆ ଓ ଭୁବନାନନ୍ଦ ଇଂଜିନୟରିଂ ସ୍କୁଲ(ବୋସ) ଗ୍ରାଉଣ୍ଡରେ ବିଭିନ୍ନ ଗାଡି ମହଜୁଦ କରି ରଖାଯାଇଛି। ସମସ୍ତ ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ୧୪୨୦ଟି ର୍ୟାମ୍ପ୍ , ତିନିଚକିଆ ସାଇକଲ ବ୍ୟବସ୍ଥା କରାଯାଇଥିବାବେଳେ ମତଦାତାଙ୍କ ପାଇଁ ପ୍ରତି କେନ୍ଦ୍ର ନିକଟରେ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା କରାଯାଇଛି।
ବଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀର ୨୯୦ଟି ମତଦାନ କେନ୍ଦ୍ରପାଇଁ ୧୯୧୪ ଜଣ ପୁଲିଂ ଦଳ ଏବଂ ୩୧୮ଟି ଗାଡି ନିୟୋଜିତ କରାଯାଇଛି। ଆସନ୍ତାକାଲି ଏହିସବୁ ପୁଲିସ ଦଳ ବଡମ୍ବାର ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରକୁ ଯାତ୍ରା କରିବେ। ସେହିପରି ବାଙ୍କୀ ନିର୍ବାଚନ ମଣ୍ଡଳୀ ପାଇଁ ୨୩୫ ଟି ମତଦାନ କେନ୍ଦ୍ରକୁ ୧୫୫୪ ଜଣ ଓ ୨୩୧ଟି ଯାନ, ଆଠଗଡ ନିର୍ବାଚନ ମଣ୍ଡଳୀର ୨୫୪ଟି ମତଦାନ କେନ୍ଦ୍ର ପାଇଁ ୧୬୮୦ ଜଣ ଓ ୨୯୪ଟି ଯାନ, କଟକ ସଦରର ୨୩୩ ଟି ମତଦାନ କେନ୍ଦ୍ର ପାଇଁ ୧୫୪୨ ଜଣ ପୁଲିଂ ଦଳ ସହିତ ୨୦୯ଟି ଯାନ ନିୟୋଜିତ କରାଯାଇଛି। ୨୨ରେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୯୭ଟି ମତଦାନ କେନ୍ଦ୍ରକୁ ୧୩୦୨ ଜଣ ପୁଲିଂ ଦଳି ସହିତ ୨୧୪ଟି ଯାନ, ଚୌଦ୍ୱାର କଟକ ପାଇଁ ୨୧୧ ଟି ମତଦାନ କେନ୍ଦ୍ରକୁ ୧୩୯୮ ଜଣ ପୁଲିଂ ପାର୍ଟି ଓ୨୩୦ଟି ଯାନ ନିୟୋଜିତ କରାଯାଇଛି। ଏତଦ୍ବ୍ୟତୀତ ଆଠଗଡ ଓ ବଡମ୍ବା ନିର୍ବାଚନ ମଣ୍ଡଳୀ ପାଇଁ ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ, ବାଙ୍କୀ ପାଇଁ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରବାଟି-କଟକ,ଚୌଦ୍ୱାର କଟକ, କଟକ ସଦର ନିର୍ବାଚନ ମଣ୍ଡଳୀ ପାଇଁ(ବୋସ)ଠାରେ ଡିସପର୍ଶାଲ କେନ୍ଦ୍ର ମାନ ଖୋଲାଯାଇଥିବା ଜିଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।
ଆଜିଠାରୁ ବୁଥକୁ ଯିବେ ପୁଲିଂ ଦଳ
Popular Categories



