www.samajalive.in
Sunday, December 14, 2025
26.1 C
Bhubaneswar

‘ନ୍ୟାୟ’କୁ ମନମୋହନଙ୍କ ସମର୍ଥନ: କହିଲେ ଆବଶ୍ୟକ ନାହିଁ ନୂଆ ଟିକସ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ୨୫ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ଇସ୍ତାହାରରେ ଦାରିଦ୍ର୍ୟ ଦୂର କରିବା ପ୍ରତିଶୃତି ମୁତାବକ ଘୋଷଣା କରିଥିବା ଯୋଜନା “ନ୍ୟାୟ’କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ସମର୍ଥନ କରିଛନ୍ତି। ନ୍ୟୁନତମ ଆୟ ଯୋଜନା – ନ୍ୟାୟ ଅଧୀନରେ ଦେଶର ସବୁଠାରୁ ଗରିବ ୨୦ ପ୍ରତିଶତ ଲୋକଙ୍କୁ ବାର୍ଷିକ ଆୟ ସ୍ୱରୂପ ୭୨ହଜାର ଟଙ୍କା ଦେବା ପାଇଁ କୁହାଯାଇଥିବା ବେଳେ ସ୍ୱାଧୀନତା ପରେ ଗତ ସାତ ଦଶନ୍ଧି ମଧ୍ୟରେ ଭାରତରେ ଗରିବଙ୍କ ସଂଖ୍ୟା ଶତକଡା ୫୦ଭାଗ ହ୍ରାସ ପାଇଁ ୨୦ ପ୍ରତିଶତରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଏହା ଶୂନ୍ୟ ପ୍ରତିଶତରେ ପହଞ୍ଚିବା ନେଇ ଆଶା କରାଯାଇ ପରେ ବୋଲି ଏହି ଯୋଜନାରୁ ସମ୍ଭାବନା ସୃଷ୍ଟି ହେଉଥିବା ମନମୋହନ କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ନ୍ୟାୟ’ ଭାରତୀୟ ପରିବାରଗୁଡିକୁ ସମ୍ମାନର ସହ ବଞ୍ଚିବା ପାଇଁ ସୁଯୋଗ ସୃଷ୍ଟି କରିବ ଏବଂ ସ୍ଥାଣୁ ହୋଇଥିବା ଦେଶର ଅର୍ଥନୀତିକୁ ପୁଣି କାର୍ଯ୍ୟକ୍ଷମ କରିବ। ଜିଏସଟି ପରେ ନୂଆ ଟିକସ ନେଇ ମନମୋହନ କହିଛନ୍ତି ‘ନ୍ୟାୟ’ ଯୋଜନା ପାଇଁ ମାଧ୍ୟମ ବର୍ଗର ଲୋକଙ୍କ ଉପରେ କୌଣସି ନୂଆ ଟିକସ ଲାଗୁ କରିବାର ଅବଶ୍ୟକତା ନାହିଁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories