www.samajalive.in
Saturday, December 13, 2025
21.1 C
Bhubaneswar

ମସୁର ଡ଼ାଲି କବାବ

ଆବଶ୍ୟକ ସାମଗ୍ରୀ
ମସୁର ଡ଼ାଲି – ୧କପ
କଞ୍ଚା ଲଙ୍କା, ଅଦା, ରସୁଟ ବଟା – ଅଳ୍ପ
କୋରା ପନୀର – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
କଟା ପୁଦିନା ପତ୍ର – ଅଳ୍ପ
ଧନିଆ ପତ୍ର – ଅଳ୍ପ
ପାଉଁରୁଟିର ମାଟିଆ ଅଂଶ – ଅଳ୍ପ
ବେସନ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଡ଼ାଲିକୁ ବତୁରାଇ ୨ ଘଣ୍ଟା ରଖନ୍ତୁ। ୨ ଘଣ୍ଟା ପରେ ଗ୍ୟାସ ଲଗାଇ କୁକର ବସାନ୍ତୁ ଓ ସେଥିରେ ଡ଼ାଲି ପକାଇ ୨ଟି ସିଟି ଦିଅନ୍ତୁ । ୨ଟି ସିଟି ହେବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏବେ ଏହି ସିଝା ଡ଼ାଲିକୁ ଥଣ୍ଡା କରି ଏଥିରେ ପିଆଜ, କଞ୍ଚା ଲଙ୍କା ଅଦା ରସୁଣ ବଟା, କୋରା ପନୀର, ପୁଦିନା ପତ୍ର, ଧନିଆ ପତ୍ର, ଲୁଣ, ଅଳ୍ପ ବେସନ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ହାତରେ ଗୋଲ କିମ୍ବା ଲମ୍ବା ଆକୃତିର କରି ପାଉଁରୁଟିର ମାଟିଆ ଅଂଶରେ ଗୋଳାଇ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପାଉଁରୁଟିରେ ବୁଡ଼ାଇ ରଖିଥିବା କବାବକୁ ତେଲରେ ଭଲ ଭାବେ ଛାଣନ୍ତୁ। ପ୍ରସ୍ତୁତ ହୋଇ ଗଲା ମସୁର ଡ଼ାଲି କବାବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories