www.samajalive.in
Sunday, December 14, 2025
26.1 C
Bhubaneswar

ନିଜ ବୟାନରୁ ପଛକୁ ହଟିଲେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ: ଭୋପାଲ ଲୋକସଭା ଆସନରୁ ବିଜେପି ଟିକେଟରୁ ଲଢ଼ୁଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟରୁ ଓହରି ଯାଇଛନ୍ତି। ସାଧ୍ୱୀ ପ୍ରଜ୍ଞା କହିଛନ୍ତି, ସେ ହେମନ୍ତ କରକରେଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ଫେରେଇ ନେଇଛନ୍ତି। ସାଧ୍ୱୀଙ୍କ ମନ୍ତବ୍ୟକୁ ନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରର ଲୋକମାନେ ସମାଲୋଚନା କରିବା ପରେ ଶୁକ୍ରବାର ଅପରାହ୍ନରେ ବିଜେପି ଦୂରତା ରକ୍ଷା କରିବାକୁ ଯାଇ, ଏହି ମନ୍ତବ୍ୟ ଦଳୀୟ ନୁହେଁ ବରଂ ସାଧ୍ୱୀଙ୍କ ନିଜସ୍ୱ ମନ୍ତବ୍ୟ ବୋଲି କହିବା ପରେ ସେ ନିଜ ବୟାନରୁ ଓହରି ଥିବା ମନେ କରାଯାଉଛି।

ସାଧ୍ୱୀ ପ୍ରଜ୍ଞା ପୂର୍ବରୁ ଶହୀଦ ହେମନ୍ତ କରକରେଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ, ଆଇପିଏସ ହେମନ୍ତ କରକରେଙ୍କୁ ସେ ଅଭିଶାପ ଦେଇଛନ୍ତି ଯାହା ଫଳରେ ସେ ୨୬/୧୧ ମୁମ୍ବାଇ ଆକ୍ରମଣରେ ପ୍ରାଣ ହରେଇଥିଲେ। ବିଜେପି ଏ ନେଇ ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ କହିଛି, କରକରେ ଆତଙ୍କବାଦୀଙ୍କ ସହ ଲଢେଇ କରି ପ୍ରାଣବଳି ଦେଇଥିଲେ ତେଣୁ ଦଳ ତାଙ୍କୁ ଶହୀଦ ବିବେଚନା କରେ। କିନ୍ତୁ ସାଧ୍ୱୀ ପ୍ରଜ୍ଞା ବହୁ ବର୍ଷ ପୁଲିସ ହେପାଜତରେ ଥିବାବେଳେ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇଥିବାରୁ ଏଭଳି ମନ୍ତବ୍ୟ ଦେଇଥାଇପାରନ୍ତି ବୋଲି ବିଜେପି କହିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories