www.samajalive.in
Thursday, December 11, 2025
18.1 C
Bhubaneswar

ତାମିଲନାଡୁ ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କଲେ ରଜନୀକାନ୍ତ

ଚେନ୍ନଇ : ଅଭିନେତା ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ଶୁକ୍ରବାର ତାମିଲନାଡୁର ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନ ଲଢିବାକୁ ତାଙ୍କ ଦଳ ପ୍ରସ୍ତୁତ ରହିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତା ବଜାୟ ରଖିବେ କି ନାହିଁ ପ୍ରଶ୍ନର ଉତ୍ତରରେ ରଜନୀକାନ୍ତ ମଇ ୨୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୦୪ ଲୋକସଭା ନିର୍ବାଚନରେ ରଜନୀକାନ୍ତ ଖୋଲାଖୋଲି ବିଜେପିକୁ ସମର୍ଥନ ଜଣାଇଥିଲେ। ମାତ୍ର ବିଜେପି ତାମିଲନାଡୁରେ ଗୋଟିଏ ବି ଆସନ ଜିତିପାରିନଥିଲା। ୨୦୨୧ରେ ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାର ଅଛି। ଏହା ପୂର୍ବରୁ ରଜନୀକାନ୍ତଙ୍କ ରାଜନୈତିକ ଦଳ ଗ୍ରାମାଞ୍ଚଳରେ ବି ସକ୍ରିୟ ହୋଇସାରିଥିବ ବୋଲି ଆଶା କରାଯାଉଛି।
ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ଦିନ ତାମିଲନାଡୁର ଷ୍ଟେଲା ମାରିସ୍‍ କଲେଜ ପୁଲିଂ ବୁଥରେ ରଜନୀକାନ୍ତ ମତଦାନ କରିଥିଲେ।

ପ୍ରକାଶଯୋଗ୍ୟ ଯେ କିଛି ଦିନ ପୂର୍ବରୁ ରଜନୀକାନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ । ଏପରିକି ତାଙ୍କ ଦଳ ରଜନୀ ମକ୍କଲ ମଣ୍ଡରମ(ଆରଏମଏମ) ଅନ୍ୟ କୌଣସି ଦଳକୁ ସମର୍ଥନ କରିବ ନାହିଁ କି କାହା ସହ ମେଣ୍ଟ କରିବନି ବୋଲି ରଜନୀକାନ୍ତ କହିଥିଲେ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories