www.samajalive.in
Saturday, December 13, 2025
26.1 C
Bhubaneswar

ବିଜେଡି ଓ କଂଗ୍ରେସର କର୍ମୀ ସମାବେଶ

ଏରସମା: ଏରସମା ବ୍ଲକର ବିଜୁ ଜନତା ଦଳ ତରଫରୁ ବ୍ଲକ ସ୍ତରୀୟ କର୍ମୀ ସମାବେଶ ଏରସମା ସ୍ଥିତ ଆଂଚଳିକ ଯୁବ ପଡିଆଠାରେ ବ୍ଲକ ବିଜେଡି ସଭାପତି ପୀତବାସ ଗଚ୍ଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ, ଜଗତସିଂହପୁର ସାଂସଦ ପ୍ରାର୍ଥିନୀ ଡଃ. ରାଜଶ୍ରୀ ମଲିକ, ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରଘୁ ନନ୍ଦନ ଦାସ ଯୁବନେତା ସାରଦା ପ୍ରସନ୍ନ ଜେନା, ବ୍ଲକ ଅଧ୍ୟକ୍ଷ ପ୍ରଣବ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ଦୁର୍ନିତି ମୁକ୍ତ ଜନ ହିତକର ରାଷ୍ଟ୍ର ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ଏହି କର୍ମୀ ସମାବେଶରେ ଏରସମା ବ୍ଲକର ୨୫ଟି ପଂଚାୟତର ଦଶ ହଜାରରୁ ଉର୍ଦ୍ଧ ବିଜେଡି କର୍ମୀ ଯୋଗ ଦେଇଥିଲେ। ସମାବେଶରେ ଢିଙ୍କିଆ ଓ ନୂଆଗାଁ ପଂଚାୟତର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ।

ଅନ୍ୟ ପକ୍ଷରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବାଲିକୁଦା ବ୍ଲକର ତିତିରା ଠାରେ କଂଗ୍ରେସ ପକ୍ଷରୁ ଏକ ପଂଚାୟତ ସ୍ତରୀୟ କର୍ମୀ ସମାବେଶ ବରିଷ୍ଠ କଂଗ୍ରେସ କର୍ମୀ ଘନଶ୍ୟାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଡାଃ. ଲଲାଟେନ୍ଦୁ ମହାପାତ୍ର,ବ୍ଲକ ସଭାପତି ବିକ୍ରମ କିଶୋର ପରିଡା,ବରିଷ୍ଠ କଂଗ୍ରେସ ନେତା ବୈରାଗୀ ଚରଣ ରାଉତ ପ୍ରମୁଖ ଯୋଗଦେଇଥିଲେ। ତିତିରା ପଂଚାୟତର କଂଗ୍ରେସ ସଭାପତି ଭାବେ ଯୁବନେତା ସୁଧାଂଶୁ ଶେଖର ବେହେରାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରା ଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories