ହଲଦିପଦର ଓ ଗଣ୍ଡପାଲିରେ ଭୋଟ ବର୍ଜନ

ଆଗଲପୁର: ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ(କ) ପଞ୍ଚାୟତ ଅଧିନସ୍ଥ ହଲଦୀପଦର ଓ ଗଣ୍ଡପାଲି ଗ୍ରାମଦ୍ୱୟର ଭୋଟରମାନଙ୍କ ଭୋଟବର୍ଜନ କରିଛନ୍ତି। ହଲଦୀପଦର ଓ ଗଣ୍ଡପାଲି ଗାଁକୁ କୃଷିବୀମା ପଞ୍ଚାୟତ ୟୁନିଟ ଅଧୀନରେ ନଅଗାଁ ପଞ୍ଚାୟତରେ ସାମିଲ କରାନଯାଇ ବୁଦୁଲା ପଞ୍ଚାୟତରେ ସାମିଲ କରାଯାଉଥିବାରୁ ନଅଗାଁ ପଞ୍ଚାୟତ ୯୦ ପ୍ରତିଶତ କୃଷିବୀମା ସହାୟତା ଟଙ୍କା ପାଉଥିବାବେଲେ ବୁଦୁଲା ପଞ୍ଚାୟତ ୪୦/୪୫ ପ୍ରତିଶତ କୃଷିବୀମାଟଙ୍କା ପାଇଆସୁଛନ୍ତି। ଅନ୍ୟପକ୍ଷରେ ହଲଦୀପଦର ଓ ଗଣ୍ଡପାଲି ଗ୍ରାମରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରିଥିବା ରାସ୍ତା ଗୁଡିକ ଦୀର୍ଘ ବର୍ଷ ହେବ ମରଣଯନ୍ତାରେ ପରିଣତ ହୋଇଥିବା ଅଭିଯୋଗ କରିଥିଲେ।

ସୁଚନା ଅନୁଯାୟୀ କୃଷିବୀମା ସହାୟତା ନଅଗାଁ(କ) ପଞ୍ଚାୟତ ଅଧୀନରେ ପ୍ରଦାନ କରିବାପାଇଁ ଆଗଲପୁର ତହସିଲଦାର,ବଲାଙ୍ଗିର ଉପଜିଲ୍ଲାପାଲ, ଜିଲ୍ଲାପାଲ ତଥା ପୁର୍ବତନ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା, ବଲାଙ୍ଗିର ଲୋକସଭା ସଦସ୍ୟ କଳିକେଶ ନାରାୟଣ ସିଂଦେଓଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲେ ମଧ୍ୟ ବିଫଳ ହୋଇଥିବାରୁ ଚଳିତ ଗ୍ରାମଦ୍ୱୟରେ ଭୋଟବର୍ଜନ କରିବାପାଇଁ ସଭା କରାଯାଇଥିଲା। ସଭାର ନିଷ୍ପତ୍ତି ଅନୁଯାୟୀ ହଲଦୀପଦର ଓ ଗଣ୍ଡପାଲି ଗ୍ରାମବାସୀ ଭୋଟ ବର୍ଜନ କରିଥିବା ସୁଚନା ଦେଇଛନ୍ତି।

Comments are closed.