www.samajalive.in
Sunday, December 14, 2025
26.1 C
Bhubaneswar

ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଓ କମ୍ପ୍ୟୁଟର ସାମଗ୍ରୀ ଚୋରି

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବଜାରର ଏକ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ମୋବାଇଲ ସମେତ କମ୍ପ୍ୟୁଟର ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ବୁଧବାର ରାତିରେ ଦୋକାନର ଅଜବେଷ୍ଟସ୍ ଭାଙ୍ଗି ଚୋରି କରାଯାଇଛି। ଚୋରିସାମଗ୍ରୀ ମଧ୍ୟରେ ମୂଲ୍ୟବାନ ଆଣ୍ଡ୍ରଏଡ଼ ମୋବାଇଲ, କମ୍ପ୍ୟୁଟର ସିପିୟୁ ରହିଥିବା ବେଳେ ସିସି ଟିଭିର ହାର୍ଡ ଡିସ୍କ ମଧ୍ୟ ରହିଥିବା ଜଣାପଡିଛି। ଚୋରିସାମଗ୍ରୀର ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଦୋକାନ ମାଲିକ ସମୀର ମହାନ୍ତି ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ଜନଗହଳି ପୂର୍ଣ୍ଣ ଖୁଣ୍ଟା ବାଇପାସ ଛକର ରାଜପଥ ପାର୍ଶ୍ୱରେ ଉକ୍ତ ଦୋକାନ ରହିଥିବା ବେଳେ ରାତିରେ ବଜାରରେ ପୁଲିସ ପହରା ଦିଆଯାଇଥାଏ । ଗୁରୁବାର ସକାଳେ ମାଲିକ ଦୋକାନ ଖୋଲିବା ବେଳକୁ ଛପର ଅଜବେଷ୍ଟସ୍ ଖୋଲାଯାଇଥିବା ଓ ମୋବାଇଲ, କମ୍ପ୍ୟୁଟର ଆଦି ଚୋରିହୋଇଥିବା ଦେଖିଥିଲେ । ଏପରି ଏକ ସ୍ଥାନରୁ ଚୋରି ହେବା ପରେ ଖୁଣ୍ଟା ବଜାରର ଦୋକାନୀ ମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories