www.samajalive.in
Sunday, December 14, 2025
23.1 C
Bhubaneswar

ସିବିଏସଇ ଦଶମ ପରୀକ୍ଷାରୁ ହଟିବ ଗଣତନ୍ତ୍ର ଓ ବିବିଧତା ଆଧାରିତ ବିଷୟ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପାଠ୍ୟକ୍ରମର ସାମାଜିକ ବିଜ୍ଞାନରେ ଥିବା ଗଣତନ୍ତ୍ର ଓ ବିବିଧତା ଆଧାରିତ ବିଷୟ ୨୦୧୯-୨୦ ବାର୍ଷିକ ପରୀକ୍ଷାରେ ସାମିଲ କରାଯିବ ନାହିଁ। ଗଣତନ୍ତ୍ର ଏବଂ ବିବିଧତା, ଲୋକପ୍ରିୟ ସଂଘର୍ଷ ଏବଂ ଆନ୍ଦୋଳନ ଓ ଗଣତନ୍ତ୍ର କ୍ଷେତ୍ରରେ ଆହ୍ୱାନ ଭଳି ତିନୋଟି ବିଷୟରେ ୨୦୨୦ ବୋର୍ଡ ପରୀକ୍ଷାରେ ମୂଲ୍ୟାୟନ ହେବ ନାହିଁ। ସିବିଏସଇ ଦ୍ୱାରା ଜାରି ଏକ ପତ୍ରରେ କୁହାଯାଇଛି ଯେ ଏହି ବିଷୟ ସବୁ ବିଦ୍ୟାଳୟ ଦ୍ୱାରା ହେଉଥିବା ଇଣ୍ଟରନାଲ ପରୀକ୍ଷାରେ କେବଳ ମୂଲ୍ୟାୟନ କରାଯିବ। ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ଦ୍ୱାରା ସମ୍ପ୍ରତି ଛାତ୍ରଛାତ୍ରୀଙ୍କ ବହି ଭାର କମ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ଏନସିଇଆରଟିର ପୂର୍ବତନ ଅଧ୍ୟକ୍ଷ କୃଷ୍ଣ କୁମାର ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରି କହିଛନ୍ତି ଯେ, ୨୦୦୫ରେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଜ୍ଞାନ ବୃଦ୍ଧି ପାଇଁ ଏହି ବିଷୟ ସବୁ ସାମିଲ କରାଯାଇଥିଲା। ଏହା କେବଳ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ନ ଥିଲା। ସେ କହିଛନ୍ତି ଯେ ଏ ସବୁ ବିଷୟ ହଟେଇ ଦେବା ଫଳରେ ପିଲାମାନଙ୍କର ପାଠ୍ୟକ୍ରମ ପ୍ରତି ପୂର୍ବ ଭଳି ରୁଚି ରହିବ ନାହିଁ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories