www.samajalive.in
Saturday, December 13, 2025
26.1 C
Bhubaneswar

ସିଧା ପ୍ରସାରଣ କରିପାରିବ ନମୋ ଟିଭି – ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ନମୋ ଟିଭି କ୍ଷେତ୍ରରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନୂଆ ନିୟମ ଅନୁଯାୟୀ ନମୋ ଟିଭିରେ କୌଣସି କାର୍ଯ୍ୟକର୍ମର ସିଧା ପ୍ରସାରଣ କରାଯାଇ ପାରିବ। କିନ୍ତୁ ୪୮ଘଣ୍ଟା ପୂର୍ବରୁ କୌଣସି ପୂର୍ବରୁ ରେକର୍ଡିଙ୍ଗ ହୋଇଥିବା କାର୍ଯ୍ୟକ୍ରମ ପ୍ରସାରଣ କରିପାରିବ ନାହିଁ। ଏହା ଉପରେ କଡା ନଜର ରଖିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି।

ଗତ ଶନିବାର ନିର୍ବାଚନ କମିଶନ ବିନା ମଞ୍ଜୁରୀ ପ୍ରାପ୍ତ କୌଣସି କାର୍ଯ୍ୟକ୍ରମ ପ୍ରସାରଣ ନ କରିବାକୁ, ନମୋ ଟିଭିକୁ ନିର୍ଦ୍ଦେଶ ଦେଇଥିଲେ। ଆୟୋଗ ପକ୍ଷରୁ କୁହାଯାଇଥଲା ଯେ, ନମୋ ଟିଭି ବିଜେପି ପ୍ରାୟୋଜିତ ତ ଅଟେ ତେଣୁ ତାର ସମସ୍ତ କାର୍ଯ୍ୟକ୍ରମ ଯାଞ୍ଚ କମିଟିର ସ୍ୱୀକୃତି ହାସଲ କରିବା ଆବଶ୍ୟକ। ଆଦର୍ଶ ଆଚରଣ ବିଧି ଲାଗୁ ହେବ ପରେ ନମୋ ଟିଭି ପ୍ରସାରଣ ଆରମ୍ଭ ନେଇ ନିର୍ବାଚନ କମିଶନ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ମାଗିଥିବା ଜବାବରେ, ମନ୍ତ୍ରାଳୟ କହିଥିଲା ଯେ, ନମୋ ଟିଭି ଲାଇସେନ୍ସ ପ୍ରାପ୍ତ ନୁହେଁ, ବରଂ ଏହା ଏକ ଡିଟିଏଚ ବିଜ୍ଞାପନ ପ୍ଲାଟଫର୍ମ ଯାହାର ବିଜ୍ଞାପନ ଖର୍ଚ୍ଚ ବିଜେପି ବହନ କରିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories