www.samajalive.in
Saturday, December 13, 2025
26.1 C
Bhubaneswar

ନିର୍ବାଚନରେ ସାମ୍ପ୍ରଦାୟିକ ତର୍କ ବିତର୍କ ବନ୍ଦ କରିବାକୁ ଆମର ଶକ୍ତି ନାହିଁ – ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ ରାଲି ଓ ସଭାସମିତି ଗୁଡିକରେ ଧର୍ମ ଓ ଜାତିକୁ ପ୍ରସଙ୍ଗ କରି ମନ୍ତବ୍ୟ ଦେଉଥିବା ନେତା ଏବଂ ରାଜନୈତିକ ଦଳ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନିର୍ବାଚନ କମିଶନଙ୍କ କ୍ଷମତା ସମ୍ପର୍କରେ ବିଚାର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି।.ମଙ୍ଗଳବାର ଏହି ମାମଲାର ଶୁଣାଣି ହେବ। କିଛି ଦିନ ପୂର୍ବରୁ
ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଧର୍ମ ଆଧାରରେ ଭୋଟ ମାଗିବା ମାମଲା ସାମ୍ନାକୁ ଆସିବା ପରେ ପ୍ରଧାନ ବିଚାରପତି ନିର୍ବାଚନ କମିଶନଙ୍କୁ ଏଭଳି ସ୍ଥିତିରେ ଆଚାର ସଂହିତା ଲଙ୍ଘନ ନିୟମ ଅଧୀନରେ କଣ ପଦକ୍ଷେପ ଗ୍ରହଣ କରିହେବ ବୋଲି ପ୍ରଶ୍ନ କରିଛନ୍ତି। ଏହିଭଳି ମାମଲାରେ କମିଶନଙ୍କ କ୍ଷମତା ସୀମିତ ବୋଲି କହିବା ସହ କମିଶନ କେବଳ ନୋଟିସ ଜାରି କରିବା ଏବଂ ଜବାବ ତଲବ କରିବା ବ୍ୟତୀତ ଦଳ କିମ୍ବା ପ୍ରାର୍ଥୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ପାରିବେ ନାହିଁ ବୋଲି ମଧ୍ୟ ନିର୍ବାଚନ ଆୟୋଗ କହିଛନ୍ତି।

କମିଶନ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ମାୟାବତୀଙ୍କୁ ଏପ୍ରିଲ ୧୨ ସୁଦ୍ଧା ଜବାବ ଦେବାକୁ କୁହାଯାଇଥିଲେ ମଧ୍ୟ ସେ ଏପ୍ରିଲ ୧୫ ପର୍ଯ୍ୟନ୍ତ କୌଣସି ଜବାବ ଦେଇ ନାହାନ୍ତି। କେବଳ ନିର୍ଦ୍ଦେଶ ଜାରି କରିବା ଓ ଆବଶ୍ୟକ ସ୍ଥଳେ ମାମଲା ଦାୟର କରିବା ବ୍ୟତୀତ କମିଶନର ଅନ୍ୟ କୌଣସି କ୍ଷମତା ନ ଥିବା ସେ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରତିନିଧିତ୍ଵ କରୁଥିବା ଓକିଲ ସଞ୍ଜୟ ହେଗଡେଙ୍କୁ ପ୍ରଧାନ ବିଚାରପତି ପଚାରିଥିବା ଏଭଳି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସମ୍ବିଧାନର ଅନୁଛେଦ ୩୨୪ରେ ନିର୍ବାଚନ କମିଶନଙ୍କୁ ଅନେକ କ୍ଷମତା ଦିଆଯାଇଛି। ମଙ୍ଗଳବାର ହେବାକୁ ଥିବା ଶୁଣାଣି ଦିନ କମିଶନଙ୍କ ଜଣେ ବରିଷ୍ଠ ପ୍ରତିନିଧି କୋର୍ଟରେ ଉପସ୍ଥିତ ରହିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ନିର୍ବାଚନ ପ୍ରକ୍ରିୟା ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟ ଯାଞ୍ଚ କରିବା ପାଇଁ ଜଣେ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ୱାବଧାନରେ ଏକ କମିଟି ଗଠନ କରିବାକୁ ହରପ୍ରିତ ମନସୁଖାନି ନାମକ ଜଣେ ପ୍ରବାସୀ ଭାରତୀୟ ସୁପ୍ରିମକୋର୍ଟରେ ଆବେଦନ ପରେ ଏହି ମାମଲା ଶୁଣାଣି ପାଇଁ ଗ୍ରହଣ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories