www.samajalive.in
Sunday, December 14, 2025
23.1 C
Bhubaneswar

ଗାୟକ ରାଖାଲ ଚନ୍ଦ୍ର ମହାନ୍ତିଙ୍କ ପରଲୋକ

କଟକ : ବିଶିଷ୍ଟ ଗାୟକ ତଥା ଖ୍ୟାତିସମ୍ପନ୍ନ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତିଙ୍କ ରବିବାର ୮୭ବର୍ଷ ବୟସରେ କଟକ ବାଦାମବାଡିସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ୧୯୩୨ମସିହାରେ କେନ୍ଦ୍ରାପଡା ଜିଲ୍ଲା ତତନା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନ୍ତି ୧୯୭୩ ମସିହାରେ ସଙ୍ଗୀତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ଆକାଶବାଣୀ, କଟକରେ ମ୍ୟୁଜିକ୍‍ କମ୍ପୋଜର ହିସାବରେ ଯୋଗଦେଇଥିଲେ। ୧୯୯୮ ମସିହାରୁ ଦୂରଦର୍ଶନ ଓ ଆକାଶବାଣୀର ଜଣେ ଉଚ୍ଚକୋଟୀର ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ସ୍ୱର୍ଗତ ମହାନ୍ତି ପରବର୍ତ୍ତୀ ସମୟରେ ଜଣେ ପ୍ରଖ୍ୟାତ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଭାବେ ଖ୍ୟାତ ଅର୍ଜନ କରିଥିଲେ। ନିରନ୍ତର ସଙ୍ଗୀତ ସାଧନାରେ ବ୍ରତୀ ସ୍ୱର୍ଗତ ମହାନ୍ତି ଉଚ୍ଚକୋଟୀର ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଏକାଧିକ ବାର ଆକାଶବାଣୀ ବାର୍ଷିକ ପୁରସ୍କାରରେ ସମ୍ମାନୀତ ହେବା ସହ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶନା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଜୟଦେବ ପୁରସ୍କାରରେ ସମ୍ମାନୀତ ହୋଇଥିଲେ। ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା କେତେକ ବିଶେଷକୃତି ମଧ୍ୟରେ ତପସ୍ୱିନୀ, ଗୀତ କୋବିନ୍ଦ, କାଞ୍ଚି ଅଭିଯାନ, କୋଣାର୍କ ଏବଂ ଲାବଣ୍ୟବତୀ ଅନ୍ୟତମ। ଆକାଶବାଣୀ ପାଇଁ ଶ୍ରୀମଦ୍‍ ଭାଗବତ୍‍ର ସଙ୍ଗୀତ ପରିଚାଳନା ସହ ଘର ସଂସାର, ଅମର ପ୍ରେମ, ଶ୍ରୀକୃଷ୍ଣ ରାସଲୀଳା, ଅକ୍ଷୟ ତୃତୀୟ ଏବଂ ତ୍ରିନାଥ ମେଳା ଭଳି ପ୍ରସିଦ୍ଧ ଓଡିଆ ଚଳଚ୍ଚିତ୍ରର ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ହେଲା ବୋଲି ବିଭିନ୍ନ ମହଲରୁ ଶୋକବାର୍ତ୍ତା ପହଞ୍ଚିବାରେ ଲାଗିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories