www.samajalive.in
Sunday, December 14, 2025
23.1 C
Bhubaneswar

୭.୮୨ କୋଟି ଆଧାର କାର୍ଡ ତଥ୍ୟ ଚୋରି, ଆଇଟି କମ୍ପାନୀ ବିରୋଧରେ ମାମଲା ରୁଜୁ

ହାଇଦରାବାଦ : ଭାରତୀୟ ଏକକ ପରିଚୟପତ୍ର ପ୍ରାଧିକରଣ (ୟୁଆଇଡିଏଆଇ) ୭.୮୨ ଆଧାର କାର୍ଡ ତଥ୍ୟ ଚୋରି ନେଇ ହାଇଦରାବାଦର ଏକ ଆଇଟି କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୋଗ ଅଛି ଯେ ଆଇଟି ଗ୍ରିଡ (ଇଣ୍ଡିଆ) କମ୍ପାନୀ ବେଆଇନ ଭାବେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ଭୋଟରଙ୍କ ତଥ୍ୟ ହାସଲ କରିଛି। କମ୍ପାନୀ ଏହି ତଥ୍ୟକୁ ବ୍ୟବହାର କରି ଆନ୍ଧପ୍ରଦେଶର ଶାସକ ଦଳ ଟିଡିପି ପାଇଁ ‘ସେବା ମିତ୍ର’ ନାମକ ଏକ ମୋବାଇଲ ଆପ ତିଆରି କରୁଛି। ତେବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସରକାରୀ ଯୋଜନାର ଲାଭ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଆପ ପ୍ରସ୍ତୁତ କରାଯାଉଛି।
ତେଲଙ୍ଗାନା ପୁଲିସ୍‍ ମୁତାବକ କମ୍ପାନୀ ନିକଟରେ ଆଧାର ସମ୍ପର୍କିତ ଅନେକ ସମ୍ବେଦନଶୀଳ ତଥ୍ୟ ରହିଥିବା ତଦନ୍ତରୁ ଜାଣିବାକୁ ମିଳିଛି। ଏହାବାଦ ଭୋଟରଙ୍କ ପ୍ରୋଫାଇଲ ତଥ୍ୟ ବି ଚୋରି କରାଯାଇଛି। ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହାର ବ୍ୟବହାର କରାଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ଏନେଇ ଆନ୍ଧ୍ରପ୍ରଦେଶରେ ମାର୍ଚ୍ଚ ୭ରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ଏବେ ତେଲଙ୍ଗାନାରେ ଆଉ ଏକ ମାମଲା ରୁଜୁ କରାଯାଇଛି। ଏବେ ଉଭୟ ମାମଲାର ତଦନ୍ତ ଦାୟିତ୍ୱ ତେଲଙ୍ଗାନା ଏସ୍‍ଆଇଟିକୁ ପ୍ରଦାନ କରାଯାଇଛି।
ୟୁଆଇଡିଏଆଇର ଉପନିର୍ଦେଶକ ଟି ଭବାନୀ ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ କିଛି ଦିନ ତଳେ କମ୍ପାନୀରୁ ଜବତ ତଥ୍ୟକୁ ଯାଞ୍ଚ ପାଇଁ ତେଲଙ୍ଗାନା ଫରେନ୍ସିକ ଲାବରୋଟରୀକୁ ପଠାଯାଇଥିଲା। ଯାଞ୍ଚରୁ ଜାଣିବାକୁ ମିଳିଥିଲା ଯେ କମ୍ପାନୀର ହାର୍ଡଡିକ୍ସରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ୭ କୋଟି ୮୨ ଲକ୍ଷ ୨୧ ହଜାର ୩୯୭ ଆଧାରକାର୍ଡଧାରୀଙ୍କୁ ତଥ୍ୟ ରହିଛି। ଏହା ସମ୍ପୂର୍ଣ୍ଣ ଭାବେ ୟୁଆଇଡିଏଆଇ ଡାଟାବେସ୍‍ ଭଳି ରହିଛି। କମ୍ପାନୀ ସିଆଇଡିଆର କିମ୍ବା ରାଜ୍ୟର ଡାଟା ହବକୁ ବ୍ୟବହାର କରି ଏହି ତଥ୍ୟ ହାସଲ କରିଥିବା ସନ୍ଦେହ କରାଯାଉଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories