www.samajalive.in
Saturday, December 6, 2025
23.1 C
Bhubaneswar

ରାଫେଲ ରାଜିନାମା ପରେ ଅନୀଲ ଅମ୍ବାନୀଙ୍କ ୧୧୦୦ କୋଟି ଟଙ୍କାର ଟିକସ୍‍ ଛାଡ଼ କରିଛନ୍ତି ଫ୍ରାନ୍ସ ସରକାର!

ନୂଆଦିଲ୍ଲୀ : ରିଲାଏନ୍ସ ଗ୍ରୁପ୍‍ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ସମସ୍ୟା ପୁଣି ଥରେ ବଢୁଥିବା ଦେଖିବାକୁ ମିଳିଛି। ଫ୍ରାନ୍ସ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୧୫ ରାଫେଲ ଯୁଦ୍ଧ ବିମାନ ରାଜିନାମା ପରେ ଫ୍ରାନ୍ସ ସରକାର ଅନୀଲ ଅମ୍ବାନୀଙ୍କ ଏକ କମ୍ପାନୀକୁ ୧୧୦୦ କୋଟି ଟଙ୍କାର ଟିକସ୍‍ ଛାଡ଼ କରିଛନ୍ତି। ରାଫେଲ ରାଜିନାମା ପ୍ରକ୍ରିୟା ଆରମ୍ଭର ୬ ମାସ ମଧ୍ୟରେ ଅନୀଲ ଅମ୍ବାନୀଙ୍କ ଫ୍ରାନ୍ସସ୍ଥିତ କମ୍ପାନୀଙ୍କୁ ଏହି ଟିକସ୍‍ ଛାଡ଼ କରାଯାଇଛି। ଫ୍ରାନ୍ସ ଖବରକାଗଜ ‘ଲି ମୋଣ୍ଡେ’ ରିପୋର୍ଟ ଅନୁସାରେ ୨୦୧୫ ଫେବୃଆରୀରୁ ଅକ୍ଟୋବର ମଧ୍ୟରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ରାଜିନାମା ନେଇ ଆଲୋଚନା ଚାଲିଥିଲା। ଏହି ସମୟରେ ଫ୍ରାନ୍ସ ସରକାର ଅନୀଲ ଅମ୍ବାନୀଙ୍କ କମ୍ପାନୀକୁ ୧୧୦୦ କୋଟି ଟଙ୍କା (୧୪୩ ନିୟୁତ ୟୁରୋ) ଟିକସ୍‍ ଛାଡ଼ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ରାଫେଲ ରାଜିନାମାରେ ଡାସଲ୍ଟ ସହ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନୀ ଅଫସେଟ ପାର୍ଟନର ଅଛି।
ଫ୍ରାନ୍ସରେ ଅନୀଲ ଅମ୍ବାନୀଙ୍କ ଏକ ପଞ୍ଜିକୃତ ଟେଲିକମ (ଦୂରସଂଚାର) କମ୍ପାନୀ ଅଛି। ଏହି କମ୍ପାନୀର ନାମ ହେଉଛି ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସ’। ଫ୍ରାନ୍ସ ଟିକସ୍‍ ଅଧିକାରୀ ଯାଞ୍ଚ ସମୟରେ ୨୦୦୭ରୁ ୨୦୧୦ ମଧ୍ୟରେ ୬୦ ନିୟୁତ ୟୁରୋ ଟିକସ୍‍ ବାକିଥିବା ଜାଣିବାକୁ ପାଇଥିଲେ। ଏହାପରେ ୨୦୧୦ରୁ ୨୦୧୨ ମଧ୍ୟରେ ଏହି କମ୍ପାନୀକୁ ୯୧ ମିଲିୟନ ୟୁରୋ ଅତିରିକ୍ତ ଟିକସ୍‍ ଜମା କରିବାକୁ କୁହାଯାଇଥିଲା। ପରେ ରାଫେଲ ରାଜିନାମା ସମୟରେ ଫ୍ରାନ୍ସ ସରକାର ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସ’ କମ୍ପାନୀ ଉପରୁ ୧୪୩ ନିୟୁତ ୟୁରୋ ଛାଡ଼ କରିଦେଇଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories