www.samajalive.in
Saturday, December 13, 2025
26.1 C
Bhubaneswar

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ ମହଙ୍ଗା ପଡିଲା: କଟିଲା ଧୋନିଙ୍କ ୫୦% ମ୍ୟାଚ୍‌ ଫି

ଜୟପୁର: ଆଇପିଏଲ୍‌ରେ ଗୁରୁବାର ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ଶେଷ ବଲ୍‌ରେ ଚେନ୍ନଇ ଦଳ ବିଜୟୀ ହୋଇଥିଲା। ତେବେ ଚେନ୍ନଇ ଦଳ ବ୍ୟାଟିଂ କରୁଥିବା ବେଳେ ଏକ ଅପ୍ରୀତିକର ଘଟଣା ଘଟିଥିଲା। ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ଫଳରେ ଚେନ୍ନଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୫୦ % ମ୍ୟାଚ୍ ଫି କାଟି ଦିଆଯାଇଛି। ଶେଷ ଓଭରରେ ବିଜୟ ପାଇଁ ଚେନ୍ନଇ ୧୮ ରନ୍‌ ଆବଶ୍ୟକ କରୁଥିଲା। ବେନ୍‌ ଷ୍ଟୋକ୍‌ସଙ୍କ ପ୍ରଥମ ବଲ୍‌ରେ ଚେନ୍ନଇ ବ୍ୟାଟସମ୍ୟାନ୍ ରବୀନ୍ଦ୍ର ଜାଡେଜା ଛକା ମାରିଥିଲେ। ଶେଷ ୩ଟି ବଲ୍‌ରୁ ଚେନ୍ନଇ ଦଳ ୮ ରନ୍‌ ଆବଶ୍ୟକ କରୁଥିବା ବେଳେ ଷ୍ଟୋକ୍‌ସ ଏକ ସ୍ଲୋ ବଲ୍ ପକାଇବାକୁ ପ୍ରୟାସ କରିଥିଲେ। ବଲ୍‌ଟି ଚେନ୍ନଇ ବ୍ୟାଟସମ୍ୟାନ୍‌ ମିଚେଲ୍‌ ସାଣ୍ଟ୍‌ନରଙ୍କ ଅଣ୍ଟା ଉଚ୍ଚତାରେ ଆସିଥିଲା। ସାଣ୍ଟ୍‌ନର ଏହି ବଲ୍‌ରେ ୨ ରନ୍‌ ନେଇଥିଲେ। ମୁଖ୍ୟ ଅମ୍ପାୟାର ଉଲ୍ଲାସ ଗାନ୍ଧେ ଏହାକୁ ନୋ-ବଲ୍‌ ଘୋଷଣା କରିଥିଲେ। ଏଣେ ଲେଗ୍‌ ଅମ୍ପାୟାର ବ୍ରୁସ୍ ଅକ୍ସସେନ୍‌ଫୋର୍ଡ ନୋ-ବଲ୍‌ ସଂପର୍କରେ କୌଣସି ସଙ୍କେତ ନ ଦେବାରୁ ଗାନ୍ଧେ ପରେ ବଲ୍‌ଟି ଠିକ୍‌ ଥିଲା ବୋଲି ଦର୍ଶାଇଥିଲେ। ଏହାକୁ ନେଇ ନନ୍‌ ଷ୍ଟ୍ରାଇକର ଜାଡେଜା ଆପତ୍ତି ଉଠାଇବା ସହ ଗାନ୍ଧେ ପ୍ରଥମେ ନୋ-ବଲ୍ ଘୋଷଣା କରିଥିବାରୁ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ସମୟରେ ପଡ଼ିଆ ବାହାରୁ ଚେନ୍ନଇ ସୁପର କିଙ୍ଗ୍‌ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅପ୍ରତ୍ୟାଶିତ ଭାବେ ପଡ଼ିଆ ମଧ୍ୟକୁ ପ୍ରବେଶ କରି ଗାନ୍ଧେଙ୍କ ସହ ଯୁକ୍ତିତର୍କ କରିଥିଲେ। ଗାନ୍ଧେ ପ୍ରଥମେ ନୋ ବଲ୍‌ ଘୋଷଣା କରି ପରବର୍ତ୍ତୀ ସମୟରେ ଏଥିରୁ ଓହରି ଯିବାକୁ ନେଇ କିଛିସମୟ ଧୋନି ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ତେବେ ଯୁକ୍ତିତର୍କର କୌଣସି ଲାଭ ମିଳିନଥିଲା। ପରବର୍ତ୍ତୀ ସମୟରେ ଅବଶ୍ୟ ସାଣ୍ଟ୍‌ନର ଶେଷ ବଲରେ ଛକା ମାରି ଚେନ୍ନଇକୁ ବିଜୟୀ କରାଇଥିଲେ।

ଅନ୍ୟପକ୍ଷରେ ପଡ଼ିଆ ମଧ୍ୟକୁ ପଶି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବା ଯୋଗୁଁ ଆଇପିଏଲ୍‌ର ଆଦର୍ଶ ଆଚରଣ ବିଧି ଅନୁଯାୟୀ ତାଙ୍କର ୫୦% ମ୍ୟାଚ୍‌ ଫି କାଟି ଦିଆ ଯାଇଥିବା ବିସିସିଆଇ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଆଇସିସିର ନିୟମ ଅନୁଯାୟୀ ଯଦି କୌଣସି ଖେଳାଳି ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରନ୍ତି ତେବେ ତାଙ୍କୁ ସର୍ବାଧିକ ଦଣ୍ଡ ଭାବେ ଗୋଟିଏ ଟେଷ୍ଟ କିମ୍ବା ୨ଟି ଦିନିକିଆରୁ ବାସନ୍ଦ କରାଯିବାର ବ୍ୟବସ୍ଥା ରହିଛି। ଧୋନି ନିଜ ଦୋଷ ସ୍ବୀକାରକରି ଦଣ୍ଡାଦେଶକୁ ଗ୍ରହଣ କରି ନେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories