www.samajalive.in
Monday, December 8, 2025
24.1 C
Bhubaneswar

ପବିତ୍ର ରାମ ନବମୀ ପର୍ବ ପାଳନର ମହତ୍ତ୍ବ

ଆଜି ହେଉଛି ପବିତ୍ର ରାମ ନବମୀ। ରାମ ନବମୀ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପାଳନ କରାଯାଏ। ଏହି ବର୍ଷର ରାମ ନବମୀ ଅତ୍ୟନ୍ତ ଶୁଭପ୍ରଦ ଅଟେ। ଏହା ଅତ୍ୟନ୍ତ ପୁଣ୍ୟପ୍ରଦ ମଧ୍ୟ ଅଟେ। ରାମ ନବମୀ ଦିନ ବ୍ରତ ରଖିବାର ମଧ୍ୟ ପରମ୍ପରା ରହିଛି।

ରାମ ନବମୀର ମହତ୍ତ୍ବ :

- Advertisement -

ଧର୍ମଶାସ୍ତ୍ର ଅନୁଯାୟୀ, ଚୈତ୍ର ମାସରେ ପଡୁଥିବା ରାମ ନବମୀ ପୃଥିବୀରେ ପରମାତ୍ମାଙ୍କ ଶକ୍ତିର ପ୍ରତୀକ ଅଟେ। ଚୈତ୍ର ନବମୀ ଦିନ ଭଗବାନ ବିଷ୍ଣୁଙ୍କ ଜନ୍ମ ଅଯୋଧ୍ୟାରେ ରାଜା ଦଶରଥଙ୍କ ପୁତ୍ର ରାମ ରୂପେ ହୋଇଥିଲା। ଶ୍ରୀ ରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା। ସେଥିପାଇଁ ରାମ ନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ରାମ ନବମୀ ଚୈତ୍ର ମାସର ନବମ ଦିନରେ ପଡିଥାଏ। ଏହି ଦିନ ଚୈତ୍ର ନବରାତ୍ରିର ଶେଷ ଦିନ ମଧ୍ୟ ଅଟେ। ତେଣୁ ହିନ୍ଦୁ ଧର୍ମ ଅନୁଯାୟୀ, ରାମ ନବମୀର ବିଶେଷ ମହତ୍ତ୍ବ ରହିଛି। ସମଗ୍ର ଦେଶରେ ରାମ ନବମୀ ଖୁବ୍‌ ଧୁମଧାମ୍‌ର ସହ ପାଳନ କରାଯାଇଥାଏ। ଏହି ଉତ୍ସବ ବିଶେ​‌ଷ କରି ଉତ୍ତର ଭାରତର ଅଯୋଧ୍ୟା​ରେ ଖୁବ୍ ଉଲ୍ଲାସ​‌ରେ ପାଳନ କରାଯାଏ।

ରାମ ନବମୀ ଦିନ ମନ୍ଦିର ମାନଙ୍କରେ ଭଜନ-କୀର୍ତ୍ତନ ଆୟୋଜିତ କରାଯାଇଥାଏ। ଅନେକ ସ୍ଥାନରେ ଲୋକମାନେ ଏହି ଦିନ ବ୍ରତ ଉପବାସ କରି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିନ ପାଳନ କରିଥାଆନ୍ତି। ସୂର୍ଯ୍ୟାସ୍ତ ପରେ ବ୍ରତ ସମାପନ କରି ଥାଆନ୍ତି। ଏହି ଦିନ ପ୍ରସାଦ ରୂପେ ଭଗବାନଙ୍କ ନିକଟରେ ପଞ୍ଚାମୃତ, ଶ୍ରୀଖଣ୍ଡ, ଖିରି ଓ ହାଲୁଆ ଭୋଗ ଅର୍ପଣ କରାଯାଇଥାଏ। ପ୍ରଭୁ ରାମଙ୍କ ପୂଜା କ୍ଷୀର ଓ ଘିଅର ବହୁଳ ବ୍ୟବହାର କରାଯାଇଥାଏ। ଏହି କାରଣରୁ ରାମ ନବମୀର ପବିତ୍ର ଦିନରେ ଘିଅ ଓ କ୍ଷୀରରେ ପ୍ରସ୍ତୁତ କରାଯାଇଥିବା ମିଷ୍ଠାନ୍ନ ପ୍ରସାଦ ରୂପେ ଅର୍ପଣ କରାଯାଇଥାଏ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories