www.samajalive.in
Sunday, December 7, 2025
16.1 C
Bhubaneswar

ସ୍ୟାଟ ଉଚ୍ଛେଦ ପ୍ରସଙ୍ଗରେ ଜବାବ ରଖିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ) ଉଚ୍ଛେଦ ଓ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ ଝାଭେରୀ ଓ ଜଷ୍ଟିସ କେ. ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପୃଥକ ୪ଟି ଆବେଦନ ଉପରେ ଶୁଣାଣି କରି କ୍ୟାବିନେଟ ନିଷ୍ପତ୍ତି କାହିଁକି ରଦ୍ଦ ନହେବ ନେଇ ଜବାବ ରଖିଵା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ୟାଟରେ ନିଯୁକ୍ତି କରିବା ପ୍ରସଙ୍ଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ମେ ୯ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଜୟନ୍ତ ରଥ, ରଜତ ରଥ, ବିଶ୍ବ ବିହାରୀ ମହାନ୍ତି, ପ୍ରକାଶ କୁମାର ରାଉତ ଓ ସରକାରଙ୍କ ପକ୍ଷରୁ ଏଜି ସୂର୍ଯ୍ୟ ପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬ ମସିହା ଜୁଲାଇ ମାସ ୧୪ତାରିଖରେ ସ୍ୟାଟ ପ୍ରତିଷ୍ଠା ହୋଇଥିଲା । ଭୁବନେଶ୍ୱରର ପ୍ରମୁଖ ବେଞ୍ଚ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଟକରେ ନିୟମିତ ବେଞ୍ଚ ହୋଇଥିଲା । ଏଥି ସହିତ ସମ୍ବଲପୁର ଓ ବ୍ରହ୍ମପୁରରେ ଟ୍ରିବ୍ୟୁନାଲର ସର୍କିଟ ବେଞ୍ଚ ରହିଛି । ୨୦୧୪ ମସିହା ଫେବ୍ରୁଆରୀ ମାସ ୧୮ତାରିଖରେ ଟ୍ରିବ୍ୟୁନାଲରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ପଦ ରହିବା ସଂପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ସ୍ଥାୟୀ ଅଧ୍ୟକ୍ଷ ପଦ ସହିତ ୭ଟି ସଦସ୍ୟ ପଦ ଖାଲି ପଡିଛି। ମାତ୍ର ଜଣେ ସଦସ୍ୟ ରହିଛନ୍ତି। ବିଚାରାଧୀନ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସରକାର କିନ୍ତୁ ଟ୍ରିବ୍ୟୁନାଲରେ ଖାଲି ଥିବା ସଦସ୍ୟ ପଦ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ୨୦୧୭ ମସିହା ଫେବୃୟାରୀ ମାସ ୨୮ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲର ବିଭିନ୍ନ ବେଞ୍ଚରେ ମୋଟ ୬୭ ହଜାର ୩୬୯ ମାମଲା ବିଚାରାଧୀନ ରହିଛି ବୋଲି ଆବେଦନରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ଆଇନର ଧାରା ୫ ଅନୁସାରେ ଜଣେ ବିଚାର ବିଭାଗୀୟ ସଦସ୍ୟ ଓ ଜଣେ ପ୍ରଶାସନିକ ସଦସ୍ୟଙ୍କୁ ନେଇ ଖଣ୍ଡପୀଠ ଗଠନ ହେବା କଥା । କିନ୍ତୁ ବର୍ତ୍ତମାନ ମାତ୍ର ଜଣେ ସଦସ୍ୟ ରହିଥିବା ବେଳେ ଅଚଳାବସ୍ଥା ଦେଖା ଦେଇଛି। କେବଳ ମହକିଲ ନୁହନ୍ତି ଆଇନଜୀବୀମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନ୍ୟାୟ ପ୍ରଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ଏପରି ପରିସ୍ଥିତିରେ ଖାଲି ପଡିଥିବା ଅଧ୍ୟକ୍ଷ ପଦ ଓ ସଦସ୍ୟ ପଦ ପୂରଣ ହେବା ଜରୁରୀ। ଏହି ପ୍ରସଙ୍ଗରେ ସରକାରୀ ନିଷ୍କ୍ରିୟତାକୁ ଚାଲେଞ୍ଜ କରି କଟକ ଓ ଭୁବନେଶ୍ୱର ସ୍ୟାଟ ବାର ଆସୋସିଏସନ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ, ଆଇନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories