www.samajalive.in
Sunday, December 14, 2025
26.1 C
Bhubaneswar

ସ୍ମୃତିଙ୍କ ଶିକ୍ଷାଗତ ଯୋଗ୍ୟତାକୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଥି ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁନଃ ବିବାଦ ସୃଷ୍ଟି ହୋଇଛି। ସେ ସ୍ନାତକ ପାସ ନୁହନ୍ତି ବୋଲି ପ୍ରାର୍ଥିପତ୍ର ଦାଖଲ ବେଳେ ସତ୍ୟପାଠରେ ସ୍ମୃତି ଉଲ୍ଲେଖ କରିଥିଲେ। ଏହା ପ୍ରକାଶ ପାଇବା ପରେ ସ୍ମୃତିଙ୍କୁ ସମାଲୋଚନା କରିବାକୁ କଂଗ୍ରେସକୁ ଆଉ ଏକ ସୁଯୋଗ ମିଳିଯାଇଛି। ସ୍ମୃତିଙ୍କ ଅଭିନୀତ ଟିଭି ଧାରାବାହିକ ‘କ୍ୟୁକି ଶା ଭି କଭି ବହୁ ଥି’ ଆଧାରରେ ତାଙ୍କ ଡିଗ୍ରୀକୁ ନେଇ କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ କଡ଼ା ସମାଲୋଚନା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଏକ ନୂତନ ଧାରାବାହିକ ଆସିବ। ତାହାର ଶୀର୍ଷକ ହେଉଛି ‘କ୍ୟୁକି ମନ୍ତ୍ରୀ ଭି କଭି ଗ୍ରାଜୁଏଟ ଥି’ ଅର୍ଥାତ ‘କାରଣ ମନ୍ତ୍ରୀ ମଧ୍ୟ କେବେ ସ୍ନାତକ ଡିଗ୍ରୀଧାରୀ ଥିଲେ’। ଏହାର ପ୍ରାରମ୍ଭିକ ସଂଳାପ ହେବ ଯେ ‘ଯୋଗ୍ୟତାର ମଧ୍ୟ ସ୍ବରୂପ ବଦଳୁଛି, ନୂତନ ଢାଞ୍ଚାରେ ଢଳୁଛି, ଗୋଟିଏ ଡିଗ୍ରୀ ଆସୁଛି, ଗୋଟିଏ ଡିଗ୍ରୀ ଯାଉଛି, ନୂତନ ସତ୍ୟପାଠ ପ୍ରସ୍ତୁତ ହେଉଛି।’

ଉଲ୍ଲେଖ ଯେ ସତ୍ୟପାଠର ଉଚ୍ଚଶିକ୍ଷା ସ୍ତମ୍ଭରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ସ୍କୁଲ ଅଫ୍‌ ଓପନ ଲର୍ଣ୍ଣିଂରୁ ବାଣିଜ୍ୟ ପାର୍ଟ-୧ରେ ସ୍ନାତକ ଏବଂ ଏହି ପାଠ୍ୟକ୍ରମର ବର୍ଷ ୧୯୯୪ ବୋଲି ସ୍ମୃତି ଉଲ୍ଲେଖ କରିଛନ୍ତି। ଅର୍ଥାତ ସେ ଏହି ବର୍ଷ ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇଥିଲେ; କିନ୍ତୁ ତାହା ସମ୍ପୂର୍ଣ୍ଣ କରିପାରିନାହାନ୍ତି। ସେହିଭଳି ତିନିବର୍ଷିଆ ଡିଗ୍ରୀ ପାଠ୍ୟକ୍ରମ ଅସମ୍ପୂର୍ଣ୍ଣ ବୋଲି ସେ ଦର୍ଶାଇଛନ୍ତି।

- Advertisement -

ସତ୍ୟପାଠ ଅନୁସାରେ ୧୯୯୧ରେ ହାଇସ୍କୁଲ ଏବଂ ୧୯୯୩ରେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ପାସ କରିଥିଲେ। ତେବେ ୨୦୧୪ ସାଧାରଣ ନିର୍ବାଚନ ବେଳେ ଆମେଥିରୁ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଦାଖଲ କରିଥିବା ସତ୍ୟପାଠରେ ସ୍ମୃତି ଦର୍ଶାଇଥିଲେ ଯେ ୧୯୯୪ରେ ସେ ଦିଲ୍ଲୀ ୟୁନିଭର୍ସିଟିର ସ୍କୁଲ ଅଫ ଓପନ ଲର୍ଣ୍ଣିଂରେ କମର୍ସ ପାର୍ଟ-୧ରେ ସ୍ନାତକ କରିଛନ୍ତି। ସେହିଭଳି ୨୦୦୪ରେ କଂଗ୍ରେସ ନେତା କପିଲ ସିବଲଙ୍କ ବିରୋଧରେ ଚାନ୍ଦନୀଚୌକରୁ ପ୍ରତିଦ୍ବନ୍ଦ୍ବିତା କରିବା ବେଳେ ସତ୍ୟପାଠରେ ୧୯୯୬ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ସ୍କୁଲ ଅଫ କରେସ୍ପଣ୍ଡିଂରୁ କଳାରେ ସ୍ନାତକ ଲାଭ କରିଥିବା ସେ ଦର୍ଶାଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories