www.samajalive.in
Wednesday, December 10, 2025
23.1 C
Bhubaneswar

ପାକିସ୍ତାନ ; କ୍ଷୀର ଲିଟର ୧୮୦ ଟଙ୍କା

ନୂଆଦିଲ୍ଲୀ : ପାକିସ୍ତାନ ଜନସାଧାରଣଙ୍କୁ ପାଇଁ ବିଭିନ୍ନ ନିତ୍ୟ ବ୍ୟବହାର ସାମଗ୍ରୀ ଦରଦାମ ବୃଦ୍ଧି ଅତିଷ୍ଠ କରିଛି। ପନିପରିବା ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟର ଦରଦାମ ବୃଦ୍ଧି ଦିନକୁ ଦିନ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୂଚନା ମୁତାବକ କରାଚୀ ଦୁଗ୍ଧ ଉତ୍ପାଦକ ସଂଘ ଅଚାନକ କ୍ଷୀର ମୂଲ୍ୟ ଲିଟର ପିଛା ୨୩ ଟଙ୍କାରୁ ୧୨୦ଟଙ୍କା ବୃଦ୍ଧି କରିଛି। ତେଣୁ ବଜାରରେ କ୍ଷୀର ମୂଲ୍ୟ ୧୦୦ ଟଙ୍କାରୁ ୧୮୦ ପର୍ଯ୍ୟନ୍ତ ବିକ୍ରି ହେଉଛି।
ପାକିସ୍ତାନ ଖବରକାଗଜ ‘ଡନ’ର ସୂଚନା ମୁତାବକ କ୍ଷୀର ଦର ବୃଦ୍ଧି କରିବା ପାଇଁ ସଂଘ ବହୁବାର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନମିଳିବାରୁ କ୍ଷୀର ଦାମ ବଢାଇବା ପାଇଁ ବାଧ୍ୟ ହୋଇଥିବା ସଂଘ କହିଛି। ଗୋଖାଦ୍ୟ ଏବଂ ଇନ୍ଧନ ଦର ବହୁଗୁଣା ବଢିଯାଇଛି, ଯାହା ଫଳରେ ଆମେ ଏହି ଦାମ ବଢାଇଛୁ ବୋଲି ସଂଘର ଜଣେ କର୍ମଚାରୀ କହିଛନ୍ତି।
ସେହିପରି ଏହି ଘଟଣାରେ ପ୍ରଶାସନ ସଂଘ, ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ନିନ୍ଦା କରିବା ସହ ଅଧିକ ଦରରେ କ୍ଷୀର ବିକୁଥିବା କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ପ୍ରଶାସନ କ୍ଷୀର ଲିଟର ପିଛା ୯୪ ଟଙ୍କା ରଖିଛନ୍ତି। ଏହାପରେ ମଧ୍ୟ କ୍ଷୁଦ୍ର ବ୍ୟବସାୟୀ ୧୦୦ରୁ ୧୮୦ ଟଙ୍କା ପର୍ଯ୍ୟନ୍ତ କ୍ଷୀର ବିକ୍ରି କରୁଥିବା ଜଣାପଡିଛି। ପ୍ରଶାସନ ତରଫରୁ ବର୍ଦ୍ଧିତ ଦରରେ କ୍ଷୀର ବିକ୍ରି କରୁଥିବା ବେପାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଇଛି। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ଦୋକାନୀକୁ ମଧ୍ୟ ଗିରଫ କରାଯାଇଛି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories