www.samajalive.in
Saturday, December 6, 2025
19.1 C
Bhubaneswar

ଅମ୍ପାୟାରଙ୍କ ସହ ଯୁକ୍ତି ; ଧୋନୀଙ୍କ ୫୦ପ୍ରତିଶତ ମ୍ୟାଚ ଫି କଟିଲା

ଜୟପୁର : କ୍ୟାପଟେନ କୁଲ ନାମରେ ପରିଚିତ ମହେନ୍ଦ୍ର ଧୋନୀଙ୍କ ଉଗ୍ରରୂପ ତାଙ୍କ ପାଇଁ ମହଙ୍ଗା ପଡିଛି। ଗୁରୁବାର ଚେନ୍ନଇ ଓ ରାଜସ୍ତାନ ମଧ୍ୟରେ ଖେଳାଯାଇଥିବା ୨୫ତମ ମ୍ୟାଚରେ ଫିଲ୍ଡ ଅମ୍ପାୟରଙ୍କ ସହ ଯୁକ୍ତି କରିବା ଧୋନିଙ୍କ ପାଇଁ ମହଙ୍ଗା ପଡ଼ିଛି। ଦଣ୍ଡ ଭାବେ ତାଙ୍କ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ କାଟି ଦିଆଯାଇଛି। ଧୋନୀଙ୍କୁ ଧୈର୍ୟ୍ୟ ହରା ହେବାର କ୍ୱଚିତ ଦେଖିବାକୁ ମିଳେ। ଫିଲ୍ଡରେ ଖେଳୁ ନ ଥିଲେ ମଧ୍ୟ ଅନ୍ତିମ ଓଭରରେ ଏକ ନୋ ବଲକୁ ନେଇ ବିବାଦ ଉପୁଜିବା ପରେ ଅମ୍ପାୟର ଉଲାସ ଗାନ୍ଧେଙ୍କ ସହ ସେ ଯୁକ୍ତି କରିଥିଲେ। ଧୋନୀ ଆଇପିଏଲ୍‌ କୋଡ୍‌ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଥିବାରୁ ତାଙ୍କ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ କାଟି ଦିଆଯାଇଛି।
ଗୁରୁବାର ଚେନ୍ନଇ ବ୍ୟାଟିଙ୍ଗ ସମୟରେ ରାଜସ୍ତାନ ପକ୍ଷରୁ ୧୯ତମ ଓଭର ବୋଲିଂ କରୁଥିବା ବେନ ଷ୍ଟୋକ୍ସ ଚେନ୍ନଇର ବ୍ୟାଟ୍ସମ୍ୟାନ ମିଚେଲ ସାଣ୍ଟନରଙ୍କ ଅଣ୍ଟା ଉପରକୁ ବଲ ପକାଇଥିଲେ। ଏହାକୁ ଫିଲ୍ଡ ଅମ୍ପାୟର ଗାନ୍ଧେ ନୋ ବଲ ଦେଇଥିଲେ। କିନ୍ତୁ ଲେଗ୍‌ ଅମ୍ପାୟର ବ୍ରୁସ୍‌ ଅକ୍ସେନ୍‌ଫୋର୍ଡ ନୋ ବଲ ଦର୍ଶାଇ ନ ଥିବାରୁ ମୁଖ୍ୟ ଅମ୍ପାୟର ଗାନ୍ଧେ ନିଷ୍ପତ୍ତି ବଦଳାଇ ଦେଇଥିଲେ। ଏଥିରେ ଧୋନୀ ଉତ୍ତ୍ୟକ୍ତ ହୋଇ ଖେଳ ଚାଲିଥିବା ସମୟରେ ପଡିଆ ମଧ୍ୟକୁ ପ୍ରବେଶ କରି ଫିଲ୍ଡ ଅମ୍ପାୟରଙ୍କ ସହ ଯୁକ୍ତି କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories