www.samajalive.in
Monday, December 8, 2025
16.1 C
Bhubaneswar

ଅହଂକାର ଠାରୁ ଦୂରେଇ ରୁହନ୍ତୁ

ଏକ ଲୋକକଥା ଅନୁଯାୟୀ ପୁରୁଣା ସମୟରେ ଜଣେ ରାଜା ନିୟମିତ ପ୍ରାତଃ ସମୟରେ ସାଧୁସନ୍ଥ ମାନଙ୍କୁ ଧନର ଦାନ କରୁଥିଲେ। ଏକଦା ରାଜାଙ୍କ ମହଲଙ୍କୁ ଜଣେ ପ୍ରସିଦ୍ଧ ସନ୍ଥ ଆସିଲେ। ରାଜା ବହୁତ ଖୁସି ହେଲେ। ସନ୍ଥଙ୍କୁ କହିଲେ ଗୁରୁଦେବ ମୁଁ ଆପଣଙ୍କର କିଛି ଇଚ୍ଛା ପୂରଣ କରିବାକୁ ଚାହୁଁଛି। ଆପଣ କୁହନ୍ତୁ ମୁଁ ଆପଣଙ୍କ ପାଇଁ କ’ଣ କରିପାରିବି?
ଏହା ଶୁଣି ସନ୍ଥ କହିଲେ ମହାରାଜ ଆପଣ ନିଜ ଇଚ୍ଛା ଅନୁଯାୟୀ, ମତେ ଦାନ ଦେଇପାରିବେ। ଆପଣ ଯାହା ଦାନ ଦେବେ, ମୁଁ ତାହା ସ୍ୱୀକାର କରିବି।
ରାଜା କହିଲେ ଗୁରୁଜୀ, ମୁଁ ଆପଣଙ୍କୁ ନିଜର ସମ୍ପୂର୍ଣ୍ଣ ରାଜ୍ୟ ସମର୍ପିତ କରୁଛି। ଏହା ଶୁଶି ସନ୍ଥ କହିଲେ ରାଜା ଏହି ରାଜ୍ୟ ଆପଣଙ୍କର ନୁହେଁ, ଆପଣଙ୍କ ପ୍ରଜାର। ଏହାକୁ ଆପଣ ଦାନ ଦେଇପାରିବେ ନାହିଁ।
ଏହା ଶୁଣି ରାଜା ସନ୍ଥଙ୍କୁ କହିଲେ, ଆପଣ ଏହି ମହଲ ସ୍ୱୀକାର କରନ୍ତୁ। ଏହା ଶୁଣି ସନ୍ଥ ଉତ୍ତର ଦେଲେ ମହାରାଜ, ଏହି ମହଲ ରାଜ୍ୟର ରାଜକୋଷ ଚଳାଇବା ପାଇଁ ରହିଛି। ଏହା ମଧ୍ୟ ପ୍ରଜାମାନଙ୍କର।
ଏହାପରେ ରାଜା ଖୁବ ଚିନ୍ତା କରି କହିଲେ, ଗୁରୁଦେବ ମୁଁ ନିଜର ଶରୀର ଆପଣଙ୍କୁ ସମର୍ପିତ କରୁଛି। ଆଜୀବ ମୁଁ ଆପଣଙ୍କର ସେବା କରିବି। ଏହା ଶୁଣି ସନ୍ଥ କହିଲେ ରାଜା ଏହି ଶରୀର ଉପରେ ମଧ୍ୟ ଆପଣଙ୍କର ଅଧିକାର ନାହିଁ। ଏହା ଆପଣଙ୍କ ପରିବାରର। ତେଣୁ ଏହା ମଧ୍ୟ ଆପଣ ଦାନ ଦେଇପାରିବେ ନାହିଁ।
ଏହା ଶୁଣି ରାଜା ବ୍ୟସ୍ତ ହୋଇଗଲେ ଓ କହିଲେ ଗୁରୁଦେବ ଆପଣ ହିଁ କୁହନ୍ତୁ ଯେ, ମୁଁ ଆପଣଙ୍କୁ କି ଦାନ ଦେବି? ଏହା ଶୁଣି ସନ୍ଥ କହିଲେ ମହାରାଜ ଆପଣ ମତେ ନିଜର ଅହଂକାର ଦାନ କରନ୍ତୁ। ରାଜା ହେବାର ଅହଂକାର ହିଁ ତ୍ୟାଗ କରନ୍ତୁ।
ଶିକ୍ଷା; ଅହଂକାର ଏକ ଏପରି ଖରାପ ଗୁଣ, ଯେଉଁ କାରଣରୁ ବ୍ୟକ୍ତିକୁ ଘର-ପରିବାର ଏବଂ ସମାଜରେ ମାନସମ୍ମାନ ମିଳିପାରେ ନାହିଁ। ତେଣୁ ଅହଂକାର ତ୍ୟାଗ କରନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories