mission shakti banner

ସେମିଫାଇନାଲରେ ଚେନ୍ନଇୟିନ୍‌ ଏଫ୍‌ସି

BSKY banner  750×100

ଭୁବନେଶ୍ବର: କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଦ୍ବିତୀୟ ସୁପରକପ୍‌ ଫୁଟବଲ ପ୍ରତିଯୋଗିତାର ସେମିଫାଇନାଲ ଲାଇନ୍‌ଅପ ହୋଇଛି। ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚରେ ଚେନ୍ନଇ ସିଟି ଏଫ୍‌ସି ଓ ଏଫ୍‌ସି ଗୋଆ ଏବଂ ବୁଧବାର ୨ୟ ସେମିଫାଇନାଲରେ ଆଟ୍‌ଲେଟିକୋ ଡି କଲକାତା (ଏଟିକେ) ଓ ଚେନ୍ନଇୟିନ୍‌ ଏଫ୍‌ସି ମଧ୍ୟରେ ମୁକାବିଲା ହେବ। ରବିବାର ଶେଷ କ୍ବାର୍ଟରଫାଇନାଲ ମ୍ୟାଚରେ ଚେନ୍ନୟିଇନ୍‌ ଏଫ୍‌ସି ୨-୧ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିକୁ ପରାସ୍ତକରି ଅନ୍ତିମ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଛି।

ଚେନ୍ନୟିଇନ୍‌ ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ୍‌ ମୁକାବିଲା ପ୍ରାରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୯ ମିନିଟ୍‌ରେ ନର୍ଥଇଷ୍ଟ ୟୁନାଇଟେଡ୍‌କୁ ଏକ କର୍ଣ୍ଣର ମିଳିଥିଲା। ​ଷୌଭିକ ଘୋଷଙ୍କ କର୍ଣ୍ଣରକୁ ରାଓଲିନ୍‌ ବୋର୍ଜେସ ହେଡ୍‌ ଜରିଆରେ ଗୋଲ୍‌ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ନର୍ଥଇଷ୍ଟ ୟୁନାଇଟେଡ୍‌ର ଉକ୍ତ ଖୁସି ବେଶି ସମୟ ରଖିବାକୁ ଦେଇନଥିଲା ଚେନ୍ନଇୟିନ୍‌ ଏଫ୍‌ସି। ୩୩ ମିନିଟ୍‌ରେ ଚେନ୍ନଇୟିନ୍‌ ଏଫ୍‌ସିକୁ ଏକ କର୍ଣ୍ଣର ମିଳିଥିଲା। ରିଜନ୍‌ ସିଂହଙ୍କ କର୍ଣ୍ଣରକୁ ଅଧିନାୟକ ବ୍ରାଜିଲର ଡିଫେଣ୍ଡର ଆଲ୍‌ଭାସ ମିଲସନ ହେଡ୍‌ ଜରିଆରେ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ପରେ ଚେନ୍ନଇୟିନ୍‌ ଏଫ୍‌ସି ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ୪୦ ମିନିଟ୍‌ରେ ଚେନ୍ନଇୟିନ୍‌ ଏଫ୍‌ସି ପକ୍ଷରୁ ଅନିରୁଦ୍ଧ ଥାପା ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ଚେନ୍ନଇୟିନ୍‌ ଏଫସି ୨-୧ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଗୋଲ ବରାବର କରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଚେନ୍ନଇୟିନ୍‌ ଏଫ୍‌ସି ଖେଳାଳି କୌଣସି ସୁଯୋଗ ଦେଇ ନଥିଲେ। ଦ୍ବିତୀୟାର୍ଦ୍ଧରେ ଗୋଲ୍ ହୋଇନଥିଲା। ଖେଳ ଗୋଲଶୂନ୍ୟ ଭାବେ ଶେଷ ହେବା ସହିତ ଚେନ୍ନଇୟିନ୍‌ ଏଫ୍‌ସି ବିଜୟ ସହ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା।

Comments are closed.