www.samajalive.in
Monday, December 8, 2025
24.1 C
Bhubaneswar

୩ବର୍ଷର ଝିଅକୁ କ୍ଷୀର ବୋତଲରେ ମଦ ଦେଉଥିଲେ ବାପା; ଉଦ୍ଧାର କଲେ ମହିଳା କମିଶନ

ନୂଆଦିଲ୍ଲୀ: ନିଜ ୩ବର୍ଷର ଝିଅକୁ ବାପା ଖାଦ୍ୟ ଦେବା ବଦଳରେ କ୍ଷୀର ବୋତଲରେ ମଦ ଭର୍ତ୍ତି କରି ଦେଉଥିଲେ। ପିଲାଟି ତାକୁ ପିଇ ଶୋଇ ପଡୁଥିଲା। ପରେ ବାପା ନିଜ କାମରେ ବାହାରକୁ ଯାଉଥିଲେ। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ନୂଆଦିଲ୍ଲୀରେ। ମହିଳା କମିଶନ ଅଭିଯୋଗ ପାଇବା ପରେ ପିଲାଟିକୁ ଉଦ୍ଧାର କରିଛନ୍ତି।

ସୂଚନା ମୁତାବକ, ଦିଲ୍ଲୀର ପ୍ରେମନଗର ଅଞ୍ଚଳରେ ୩ବର୍ଷର ଝିଅ ସହ ଉକ୍ତ ବ୍ୟକ୍ତି ରୁହନ୍ତି। ବର୍ଷକ ତଳେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଏହା ପରଠାରୁ ସେ ତାଙ୍କ ଝିଅର ଲାଳନପାଳନ ଠିକ୍‌ ଭାବେ କରୁ ନ ଥିବା ପଡ଼ୋଶୀମାନେ କହିଛନ୍ତି। ସେ ସବୁବେଳେ ମଦ ପିଇ ଘରେ ନିଶାଶକ୍ତ ଅବସ୍ଥାରେ ପଡ଼ିରୁହନ୍ତି। ୩ଦିନ ହେବ ଝିଅଟି ଭୋକିଲା ଥିଲେ ହେଁ ତାର ବାପା କିଛି ଖାଇବାକୁ ଦେଉ ନ ଥିଲେ। ପିଲାଟି କାନ୍ଦିବାରୁ ପଡୋଶୀମାନେ ତା’ କଥା ବୁଝିବାକୁ ଆସୁଥିଲେ ମଧ୍ୟ ତା’ର ବାପା ସେମାନଙ୍କୁ ବାରଣ କରୁଥିଲା। ଏପରି କି କ୍ଷୀର ବୋତଲରେ ପିଲାଟିକୁ ମଦ ଭର୍ତ୍ତି କରି ପିଇବାକୁ ଦେଉଥିଲେ। ପଡୋଶୀମାନେ ଏହା ଦେଖି ମହିଳା ହେଲ୍ପଲାଇନକୁ ଫୋନ କରି ଅଭିଯୋଗ ଜଣାଇଥିଲେ। ମହିଳା କମିଶନଙ୍କ ଟିମ୍‌ ସେଠାରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲେ। ସେତେବେଳେ ପିଲାଟି ବହୁତ ଦୁର୍ବଳ ଥିଲା ଏବଂ ଶରୀରରେ କିଛି ସଂକ୍ରମଣ ହୋଇଥିବା ଦେଖିବାକୁ ମିଳିଥିଲା। ପିଲାଟିର ବାପା ନିଶାସକ୍ତ ଅବସ୍ଥାରେ ଘରେ ଶୋଇ ରହିଥିଲେ। ଘର ଭିତରେ ଅନେକ ମଦ ବୋତଲ ପଡ଼ି ରହିଥିଲା। ପିଲାଟିକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories