www.samajalive.in
Monday, December 8, 2025
27.1 C
Bhubaneswar

ଆଳୁ ଫେସ ପ୍ୟାକ୍, ପାର୍ଲର ନ ଯାଇ ଘରେ ହୁଅନ୍ତୁ ଗୋରା ଓ ସୁନ୍ଦର

୧. ଗୋଟିଏ ଆଳୁ ନେଇ ରସ ବାହାର କରି ରଖନ୍ତୁ । ପରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ନେଇ ଆଳୁ ରସରେ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ପରେ ଏହାକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍ ପରେ ଧୋଇ ହେଇ ପଡନ୍ତୁ । ସଙ୍ଗେ ସଙ୍ଗେ ତ୍ଵଚାରେ ଫରକ ନଜର ଆସିବ ।

pic courtesy youtube.com

୨. ଆଳୁ ଓ ହଳଦୀର ଫେସପ୍ୟାକ ନିୟମିତ ଲଗାଇବା ଦ୍ବାରା ରଙ୍ଗ ସଫା ହୋଇଥାଏ । ଆଳୁକୁ ପ୍ରଥମେ କୋରି ଦିଅନ୍ତୁ ବା ଗ୍ରାଇଣ୍ଡରେ ପେଶି ଦିଅନ୍ତୁ । ସେଥିରେ ଏକ ଚିମୁଟା ହଳଦୀ ପାଉଡର ଗୋଳାଇ ଚେହେରାରେ ଲଗାନ୍ତୁ ଏବଂ ଅଧ ଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ ।

- Advertisement -

୩. ଚେହେରାରେ ଚମକ ଆଣିବାକୁ ଚାହୁଁଥିଲେ, ପ୍ରଥମେ ଏକ ଆଳୁର ପେଷ୍ଟ ତିଆରି କରନ୍ତୁ । ସେଥିରେ ୩ରୁ ୪ ଚାମଚ ମୁଲତାନି ମାଟି ଓ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ଅଧଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ । ଚେହେରାର ଚମକ ବୃଦ୍ଧି ପାଇବା ସହ କୁଞ୍ଚନ ପଡି ନଥାଏ ।

୪. ଆଳୁ ରସ ନେଇ ସେଥିରେ ଅଳ୍ପ କିଛି କଞ୍ଚା କ୍ଷୀର ମିଶାଇ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ସପ୍ତାହରେ ତିନି ଥର ଏପରି କରିବା ପରେ ଫରକ ଆପଣ ନିଜେ ଜାଣି ପାରିବେ ।

୫. ଏକ ବରଫ ଟ୍ରେରେ ଆଳୁ ରସ ନେଇ ଫ୍ରିଜରେ ରଖିଦିଅନ୍ତି । ଆଳୁ ରସ ବରଫ ହୋଇଯିବା ପରେ ଏହାକୁ ମୁହଁରେ ଘସନ୍ତୁ । ଏହା ଦ୍ବାରା ତ୍ବଚାରୁ ସନ ଟ୍ୟାନ୍ ଦୂର ହେବ ।

 

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories