www.samajalive.in
Friday, December 12, 2025
27.1 C
Bhubaneswar

ଡୁ ପ୍ଲେସିଙ୍କ ଅର୍ଦ୍ଧଶତକ ; ଚେନ୍ନଇ ବିଜୟୀ

ଚେନ୍ନଇ : ଚଳିତ ଆଇପିଏଲ୍‌ରେ ଶନିବାର ପ୍ରଥମ ମ୍ୟାଚରେ‌େ‌ ବିଜୟୀ ହୋଇଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ୨୨ ରନ୍‌ରେ ହରାଇ ସିଏସ୍‌କେ ୫ମ ମ୍ୟାଚ୍‌ରେ ୪ର୍ଥ ବିଜୟ ହାସଲ କରିଛି। ଫାଫ୍ ଡୁ ପ୍ଲେସିଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସିଏସ୍‌କେ ୩ ୱିକେଟରେ ୧୬୦ ରନ୍ କରି ପାରିଥିଲା। ପରେ କେ.ଏଲ୍‌. ରାହୁଲ ଓ ସର୍ଫରାଜ ଖାଁଙ୍କ ଅର୍ଦ୍ଧଶତକ ସତ୍ତ୍ବେ ପଞ୍ଜାବ ୫ ୱିକେଟରେ ୧୩୮ ରନ୍ କରି ପାରିଥିଲା। ୮ଟି ୱିକେଟ ହାତରେ ଥାଇ ପଞ୍ଜାବ ୮ ଓଭରରୁ ୭୦ ରନ୍ ଆବଶ୍ୟକ କରୁଥିଲେ ହେଁ ଚେନ୍ନଇର ବୋଲର ଏହା କରାଇ ଦେଇନଥିଲେ। ୫ମ ମ୍ୟାଚ୍‌ରେ ଏହା ପଞ୍ଜାବର ୨ୟ ପରାଜୟ।
୧୬୧ ରନ୍ ଲକ୍ଷ୍ୟରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ୨ୟ ଓଭରରେ ୩ଟି ବଲ୍‌ରେ ୨ଟି ୱିକେଟ ନେଇ ଯାଇଥିଲେ ହରଭଜନ ସିଂହ। ମାରାତ୍ମକ କ୍ରିସ୍ ଗେଲ୍‌ ୫ ରନ୍‌କରି ଆଉଟ ହୋଇଥିବା ବେଳେ ମୟଙ୍କ ଅଗ୍ରୱାଲ ଖାତା ଖୋଲିବା ପୂର୍ବରୁ ବିଦାୟ ନେଇଥିଲେ। ​‌େ​ତବେ ଓପ୍‌ନର କେ.ଏଲ୍‌. ରାହୁଲ ଓ ସର୍ଫରାଜ ଖାଁ ସ୍କୋର୍‌କୁ ଆଗେଇ ନେଇଥିଲେ। ରାହୁଲ-ସର୍ଫରାଜ ଷ୍ଟ୍ରୋକ୍ ଖେଳିଥିବା ବେଳେ ଆବଶ୍ୟକ ରନ୍‌ହାର ବଜାୟ ରଖିଥିଲେ। ରାହୁଲ କ୍ରିଜ୍ ବାହାରେ ଥିବା ବେଳେ ଧୋନିଙ୍କ ଥ୍ରୋ ଷ୍ଟମ୍ପ୍‌ରେ ବାଜିଥିଲା। ତେବେ ଲାଇଟ ଜଳିଥିଲେ ହେଁ ଷ୍ଟମ୍ପ୍ ପଡ଼ିନଥିଲା। ୧୪ ଓଭରରେ ପଞ୍ଜାବ ଶ​‌େ​‌ହ ରନ୍‌ରେ ପହଞ୍ଚିଥିଲା। ତେବେ ଚେନ୍ନଇର ସ୍ପିନର ନିଖୁଣ ବୋଲିଂ କରିବାରୁ ପଞ୍ଜାବର ଆବଶ୍ୟକ ରନ୍‌ହାର ବଢ଼ିଥିଲା। ୩ୟ ୱିକେଟ ପାଇଁ ୧୧୦ ରନ୍‌ର ଭାଗିଦାରୀ କରିବା ପରେ ରାହୁଲ ୪୭ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୫୫ ରନ୍‌କରି ଆଉଟ ହୋଇଥିଲେ। ଶେଷ ୨ ଓଭରରୁ ପଞ୍ଜାବ ୩୯ ଆବଶ୍ୟକ ଥିବା ବେଳେ ଏହା ମାତ୍ର ୧୬ ରନ୍ ନେଇ ପାରିଥିଲା। ଡେଭିଡ୍ ମିଲର ୬ ରନ୍ କରି ପାରିଥିଲେ। ଶେଷ ଓଭରରେ ଆଉଟ ହୋଇଥିବା ସର୍ଫରାଜ ୫୯ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୬୭ ରନ୍ କରିଥିଲେ। ସ୍କଟ୍ କୁଗେଲେୟିନ୍ ଓ ହରଭଜନ ୨ଟି ଲେଖାଏଁ ୱିକେଟ ନେଇଥିଲେ। ହରଭଜନ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଘରୋଇ ଦଳ ଚେନ୍ନଇ ସୁପର କିଙ୍ଗ୍‌ସ ବ୍ୟାଟିଂ ନେଇଥିଲା। ଦଳର ନୂଆ ଓପ୍‌ନିଂ ଯୋଡ଼ି ତଥା ଆନ୍ତର୍ଜାତିକ କ୍ରିକେଟ୍‌ରେ ଦୁଇ ପ୍ରତିଷ୍ଠିତ ବ୍ୟାଟ୍‌ସମ୍ୟାନ୍ ସେନ୍ ୱାଟ୍‌ସନ ଓ ଫାଫ୍ ଡୁ ପ୍ଲେସି ଚମତ୍କାର ବ୍ୟାଟିଂ କରିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ ଡୁ ପ୍ଲେସି ୩ୟ ଓଭରରୁ ଆକ୍ରମଣ ଆରମ୍ଭ କରିଥିଲେ। ମହମ୍ମଦ ସାମି ବୋଲିଂ କରିଥିବା ଏହି ଓଭରରୁ ଡୁ ପ୍ଲେସି ୧୬ ରନ୍ ନେଇଥିଲେ। ପ୍ରଥମ ୫ ଓଭରରେ ସିଏସ୍‌କେ ୪୭ ରନ୍ କରିଥିଲା। ୫୬ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ୱାଟ୍‌ସନ୍ ଆଉଟ ହୋଇ ଯାଇଥିଲେ। ଏହି ଅଷ୍ଟ୍ରେଲୀୟ ଗୋଟିଏ ଛକା ଓ ୩ଟି ଚୌକା ସହ ୨୬ ରନ୍ କରିଥିଲେ। ପରେ ଫାଫ୍ ଡୁ ପ୍ଲେସି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସୁରେଶ ରୈନା ଜଗିରଖି ଖେଳିଥିଲେ। ଫଳରେ ୨ୟ ୱିକେଟ ପାଇଁ ୬ ଓଭରରେ ୪୪ ରନ୍ ହୋଇଥିଲା। ୧୪ଶ ଓଭରରେ କ୍ରମାଗତ ୨ଟି ବଲ୍‌ରେ ଡୁ ପ୍ଲେସି ଓ ରୈନାଙ୍କୁ ଆଉଟ କରି ଦେଇଥିଲେ କିଙ୍ଗ୍‌ସ ଏକାଦଶ ପଞ୍ଜାବର ଅଧିନାୟକ ରବିଚନ୍ଦ୍ରନ ଅଶ୍ବିନ। ଡୁ ପ୍ଲେସି ୩୮ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୫୪ ରନ୍ କରିଥିଲେ। ରୈନା ୨୦ ବଲ୍‌ରୁ ଗୋଟିଏ ଚୌକା ସହ ୧୭ ରନ୍ କରିଥିଲେ। ପରେ ଇନିଂସ ଶେଷ ପର୍ଯ୍ୟନ୍ତ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଅମ୍ବତି ରାୟୁଡୁ କ୍ରିଜ୍‌ରେ ରହି ସ୍କୋର୍‌କୁ ୧୬୦ ରନ୍‌ରେ ପହଞ୍ଚାଇଥିଲେ। ୧୭ ଓଭରରେ ଚେନ୍ନଇର ସ୍କୋର୍ ୧୧୬ ରନ୍ ହୋଇଥିବା ବେଳେ ଶେଷ ୪ ଓଭରରୁ ଧୋନି-ରାୟୁଡୁ ୪୪ ରନ୍ ନେଇ ପାରିଥିଲେ। ଫଳରେ ପ୍ରଥମ ୫ ଓଭରରୁ ୪୭ ଏବଂ ଶେଷ ୩ ଓଭରରୁ ୪୪ ରନ୍‌କୁ ବାଦ୍‌ଦେଲେ ମଝିରେ ୧୨ ଓଭରରୁ ଚେନ୍ନଇ ମାତ୍ର ୬୯ ରନ୍ ନେଇ ପାରିଥିଲା। ଧୋନି ଗୋଟିଏ ଛକା ଓ ୪ଟି ଚୌକା ସହ ୩୭ ଏବଂ ରାୟୁଡୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୧ ରନ୍‌କରି ଅପରାଜିତ ଥିଲେ। ଅଶ୍ବିନ ୩ଟିଯାକ ୱିକେଟ ପାଇଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories