ଶ୍ରୀନଗର : ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଦୁଇ ଜଣ ଅଜ୍ଞାତ ଆତଙ୍କବାଦୀଙ୍କୁ ନିପାତ କରିଛି। ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲା ଅନ୍ତର୍ଗତ ଇମାମ୍ ସାହିବ୍ ଅଞ୍ଚଳରେ ମିଳିତ ସୁରକ୍ଷା ବାହିନୀ ସହ ସଂଘର୍ଷରେ ଏହି ଦୁଇ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଶନିବାର ଅପରାହ୍ଣରେ ସେହି ଅଞ୍ଚଳକୁ ଘେରାଉ କରି ଯବାନମାନେ ତଲାସୀ ଅଭିଯାନ ଚଳାଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଅଳ୍ପ ସମୟ ପାଇଁ ଗୁଳିଗୋଳା ବିନିମୟ ଚାଲିଥିଲା ଏବଂ ସେଥିରେ ଦୁଇ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ କେତେକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି। ମୃତ ଆତଙ୍କବାଦୀମାନଙ୍କୁ ଚିହ୍ନଟ କରାଯାଉଛି । ସୋପିଆନ୍ ଜିଲ୍ଲାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ଓ ମୋବାଇଲ୍ ସେବାକୁ ବନ୍ଦ କରିଦିଆଯାଇଛି।
Popular Categories



