ଘସିପୁରା : ଘସିପୁରା ପୁଲିସର ଦାଦାଗିରି। ସୂଚନା ଅନୁସାରେ ଘସିପୁରା ପୁଲିସ କୌଣସି କାରଣରୁ ଉକ୍ତ ଅଞ୍ଚଳର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗିରଫ କରିବା ପରେ ଅନ୍ୟଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁବ୍ୟବହାର ପ୍ରର୍ଦଶନ କରିଛନ୍ତି। ଘସିପୁରା ଅନ୍ତର୍ଗତ ଜଣେ ବ୍ୟକ୍ତିଙ୍କ ମୋବାଇଲ ହଜିଯାଇଥିବା କାରଣରୁ ସେ ଥାନାରେ ଏତଲା ଦେବା ପାଇଁ ଆସିଥିଲେ। କୌଣସି କାରଣ ଯୋଗୁ ପୁଲିସ ଏତଲା ରଖିପାରିନଥିଲା। ଏଥିଯୋଗୁ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏଥିରେ ଘସିପୁରା ପୁଲିସ ଉତ୍ତେଜିତ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁବ୍ୟବହାର କରିଥିବା ଜଣାପଡିଛି। ପୁଲିସର ଏଭଳି କାର୍ଯ୍ୟକୁ ସାଧରଣରେ ନିନ୍ଦା କରାଯାଉଛି।



